Categories: ଜାତୀୟ

ମଣିପୁର ହିଂସାକୁ ନେଇ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଣିବ ଟିଏମସି

କୋଲକାତା,୨୪।୭: ମଣିପୁର ପ୍ରସଙ୍ଗକୁ ନେଇ ସଡ଼କରୁ ସଂସଦ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଛି। ଏବେ ପଶ୍ଚିମବଙ୍ଗରେ ଟିଏମସି ମଧ୍ୟ ମଣିପୁର ଉପରେ ଏକ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି।

ଟିଏମସି ବିଧାନସଭା ଅଧିବେଶନରେ ମଣିପୁର ଉପରେ ଏକ ପ୍ରସ୍ତାବଆଣିବ। ଯାହାର ତାରିଖ ବୁଧବାର ସ୍ଥିର ହେବାର ସମ୍ଭାବନା ରହିଛି। ନିୟମ ୧୮୫ ଅନୁଯାୟୀ ଆଲୋଚନା ପାଇଁ ଏହି ପ୍ରସ୍ତାବ ଅଣାଯିବ।

ଏହାପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭନଦେବ ଚଟୋପାଧ୍ୟାୟ କହିଥିଲେ ଯେ, ବିଧାନସଭା ଅଧିବେଶନ ସମ୍ପର୍କରେ ମଙ୍ଗଳବାର ବ୍ୟବସାୟ ପରାମର୍ଶଦାତା କମିଟିର ବୈଠକ େoହବ। ଏହି ବୈଠକରେ ମଣିପୁର ଉପରେ ନିନ୍ଦା ପ୍ରସ୍ତାବ ଆଣିବା ଉପରେ ଆଲୋଚନା ହୋଇପାରେ।

Share