Categories: ଜାତୀୟ

ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବ ଟିଏମ୍‌ସି

କୋଲକାତା,୧୦ା୩: ଲୋକ ସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ଆସୁଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସଭାପତି ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ମମତା ଘୋଷଣା କରିଛନ୍ତି ଯେ, ଟିଏମସି କେବଳ ବଙ୍ଗଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗ ପାଇଁ ତୃଣମୂଳ କଂଗ୍ରେସ ଆଜି ଏହାର ୪୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରୁ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି।

ଏହି ତାଲିକାରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସୁଛି। ପ୍ରାର୍ଥୀ ଘୋଷଣା କରିବାକୁ ମମତା ଅଭିଷେକ ବାନାର୍ଜୀଙ୍କୁ ଡାକିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଘୋଷଣା ଦିନ କିମ୍ବା ପରଦିନ ତୃଣମୂଳ ନେତାମାନେ କାଳୀଘାଟର ତୃଣମୂଳ କାର୍ଯ୍ୟାଳୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଥିଲେ। କିନ୍ତୁ ଏଥର ଏକ ବ୍ୟତିକ୍ରମ ଅଛି। ଅପ୍ରତ୍ୟାଶିତ ଢଙ୍ଗରେ ମମତା ବ୍ରିଗେଡ୍‌ ରାଲି ମଞ୍ଚରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

Share