Categories: ଜାତୀୟ

୧୦୨ ମ୍ୟୁନିସିପାଲିଟି ଆସନ ଦଖଲ କଲା ଟିଏମ୍‌ସି

କୋଲକାତା,୨।୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବିପୁଳ ବିଜୟର ୧୦ ମାସ ପରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳ ବୁଧବାର ପ୍ରକାଶ ପାଇଛି।

ସୂଚନାନୁଯାୟୀ, ରାଜ୍ୟର ୧୦୮ ମ୍ୟୁନିସିପାଲିଟି ମଧ୍ୟରୁ ଟିଏମ୍‌ସି ୧୦୨ଟି ନିଜ ଦଖଲକୁ ନେଇଛି। ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନରେ ୭୭ ଆସନ ଜିତି ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିବା ଭାଜପା ଗୋଟିଏ ବି ପୌରସଂସ୍ଥା ଜିତି ପାରିନାହିଁ। ଏପରିକି ନନ୍ଦିଗ୍ରାମ ଆସନର ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ କୁହାଯାଉଥିବା କଣ୍ଠି ମ୍ୟୁନିସିପାଲିଟିକୁ ମଧ୍ୟ ଟିଏମ୍‌ସି ଦଖଲ କରିଛି। ଅନ୍ୟ ପକ୍ଷରେ ଟିଏମ୍‌ସି, ଜିଜେଏମ୍‌ ଏବଂ ଭାଜପାକୁ ପଛରେ ପକାଇ ପାର୍ବତ୍ୟାଞ୍ଚଳର ନୂଆ ଦଳ ହାର୍ମୋ ପାର୍ଟି ଦାର୍ଜିଲିଂ ମ୍ୟୁନିସିପାଲିଟିରେ ବିଜୟ ହାସଲ କରିଛି। ଟିଏମ୍‌ସିର ଏହି ସଫଳତା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share