Categories: ଜାତୀୟ

ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୧୫।୯: ପଶ୍ଚିମବଙ୍ଗର ମାଲଦା ଜିଲାରେ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ସୁବୋଧ ପରମାଣିକ। ସେ କାଠ ବ୍ୟବସାୟ କରୁଥିଲେ ଏବଂ ହବିପୁର ଗାଁର ବାସିନ୍ଦା ଥିଲେ। ସୁବୋଧଙ୍କ ମୃତଦେହ ଫାର୍ମ ନିକଟରୁ ମିଳିଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡରେ ଟିଏମ୍‌ସି ସ୍ଥାନୀୟ ଭାଜପାକୁ ଦାୟୀ କରିଛି। ଏହି ଅଭିଯୋଗକୁ ଖଣ୍ଡନ କରି ଟିଏମ୍‌ସିର ଆଭ୍ୟନ୍ତରୀଣ କଳହ ହିଁ ସୁବୋଧଙ୍କ ମୃତର କାରଣ ବୋଲି ଭାଜପା କହିଛି। ସୂଚନାଯୋଗ୍ୟ, ନିକଟରେ ଜଣେ ଭାଜପା କର୍ମୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

Share