Categories: ଜାତୀୟ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା: ଟିଏମ୍‌ସି କର୍ମୀଙ୍କ ମୃତ୍ୟୁ

କୋଲକାତା,୨ା୭: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଶାସକ ଏବଂ ବିରୋଧୀ ଦଳ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଉଭୟ ଦଳରୁ ଆହତ ହୋଇଛନ୍ତି। ଦକ୍ଷିଣ ୨୪ ପ୍ରଗଣା ଜିଲାର ଫୁଲମାଲଞ୍ଚା ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡରେ ୫୨ ବର୍ଷୀୟ ଟିଏମ୍‌ସି କର୍ମୀ ଜିୟାରୁଲ ମୋଲ୍ଲା ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଲ୍ଲା ଟିଏମ୍‌ସି ନେତା ଅମରୁଲା ଲସ୍କରଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ବିରୋଧୀ ଗୋଷ୍ଠୀ ମୁଲ୍ଲାଙ୍କୁ ବାରମ୍ବାର ଧମକ ଦେଉଥିବା ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାଳ ତାଙ୍କ ଝିଅ ମନଓ୍ବାରା ଅଭିଯୋଗ କରିଛନ୍ତି।

କଥଲବେରିଆ ପଞ୍ଚାୟତରୁ ମନଓ୍ବାରା ଟିଏମ୍‌ସି ପ୍ରାର୍ଥୀ ହୋଇଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମନଓ୍ବାରା ଦାବି କରିଛନ୍ତି। ଏହା ବ୍ୟତୀତ ପଶ୍ଚିମ ମେଦିନିପୁର ଜିଲାର ବିଭିନ୍ନ ସ୍ଥାନରେ ରବିବାର ଟିଏମ୍‌ସି ସହ ସିପିଆଇ(ଏମ୍‌) ଏବଂ ଆଇଏସ୍‌ଏଫ୍‌ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟି ଅନୂ୍ୟନ ୧୦ ଜଣ ଆହତ ହୋଇଥିବା ଜଣାପଡିଛି।

Share