Categories: ଜାତୀୟ

ସରପଞ୍ଚ ନିର୍ବାଚନ ପୂର୍ବରୁ ଟିଏମ୍‌ସି କର୍ମୀଙ୍କୁ ଗୁଳିକରି ହତ୍ୟା

କୋଲକାତା, ୧୩।୧: ପଶ୍ଚିମବଙ୍ଗ ପୁରବର ବର୍ଦ୍ଧମାନରେ ତୃଣମୂଳ କଂଗ୍ରେସ (ଟିଏ୍‌ମ୍‌ସି) କର୍ମୀ ଦୁଲାଲ ଶେଖଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଲାଲ ସ୍ଥାନୀୟ ବଜାରରେ ଚା’ ପିଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପଶ୍ଚିମବଙ୍ଗରେ ଆଗାମୀ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ଦୁଲାଲଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପୂର୍ବରୁ ଦୁଲାଲଙ୍କୁ ହତ୍ୟା ଧମକ ଆସୁଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି।

Share