Categories: ଜାତୀୟ

ଖଲିଙ୍କ ନିର୍ବାଚନ ପ୍ରଚାରକୁ ନେଇ ଅଭିଯୋଗ ଆଣିଲା ଟିଏମ୍‌ସି

କୋଲକାତା,୨୮।୪: ଲୋକ ସଭା ନିର୍ବାଚନ ପ୍ରଚାରକୁ ନେଇ ରେସ୍‌ଲର ଦଲିପ ସିଂ ରାନା ବା ଖଲିଙ୍କ ନାଁରେ ଜାତୀୟ ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ ଆଣିଛି ଟିଏମ୍‌ସି। ଟିଏମ୍‌ସି କହିଛି ଖଲି ହେଉଛନ୍ତି ଆମେରିକାର ନାଗରିକ। ତେଣୁ ଜଣେ ବିଦେଶୀ ହିସାବରେ ସେ ଭାରତରେ ନିର୍ବାଚନ ପ୍ରଚାର କରିବା ଅବା ଭାରତୀୟ ଭୋଟଙ୍କ ମନରେ ପ୍ରଭାବ ପକାଇବାକୁ ଅନୁମତି ମିଳିବା ଠିକ୍‌ ନୁହେଁ ବୋଲି ଅଭିଯୋଗ କରିଛି ଟିଏମ୍‌ସି। ସୂଚନାଯୋଗ୍ୟ, ଖଲି ଗତ ୨୬ ତାରିଖରେ ଯାଦବପୁର ଆସନରୁ ନିର୍ବାଚନ ଲଢୁଥିବା ଭାଜପା ପ୍ରାର୍ଥୀ ଅନୁପମ ହାଜରାଙ୍କ ପାଇଁ ପ୍ରଚାର କରୁଥିଲେ। କାରଣ ଅନୁପମ ତାଙ୍କର ଜଣେ ଭଲ ବନ୍ଧୁ।

Share