Categories: ଜାତୀୟ

ଗିରଫ ହେଲେ ଟିଏମ୍‌ସି ନେତ୍ରୀ ଶାୟନି ଘୋଷ

କୋଲକାତା,୨୨ ।୧୧: ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟ ସଚିବ ଶାୟନି ଘୋଷଙ୍କୁ ଗିରଫ କରାଯାଇଛି । ଏକ ସଭାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଧମକ ଦେବା ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପ୍ରଥମେ ତାଙ୍କୁ ପଚରା ଉଚରା ପାଇଁ ଥାନାକୁ ଡକାଯାଇଥିବା ବେଳେ ପରେ ତାଙ୍କୁ ଗିରଫ କରାଯାଇଛି । ଟିଏମ୍‌ସି ରାଷ୍ଟ୍ରୀୟ ମହାସଚିବ ଅଭିଶେଷ ବାନାର୍ଜିଙ୍କ ଉତ୍ତର ପୂର୍ବ ରାଜ୍ୟ ଗସ୍ତ ପୂର୍ବରୁ ଶାୟନିଙ୍କୁ ଗିରଫ କରାଯାଇଛି । ସବଡିଭିଜନାଲ ପୋଲିସ ଅଧିକାରୀ(ସଦର) ରମେଶ ଯାଦବ କହିଛନ୍ତି ଶାୟନି ଘୋଷଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବୟାନ ଓ ହତ୍ୟା ଉଦ୍ୟମର ଧାରା ୩୦୭ ଓ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ଉପୁଜାଇବା ଅଭିଯୋଗ ଧାରା ୧୫୩ଏ ଲଗାଯାଇଛି । ସୂଚନାଯୋଗ୍ୟ, ତାଙ୍କ ସହ ଥିବା କେତେଜଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ସଭାରେ ପଥର ଫିଙ୍ଗିଥିବା ଅଭିଯୋଗ ରହିଛି । ଅନ୍ୟଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶାୟନି ଘୋଷ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ପହଞ୍ଚି ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲେ । ଏହାପରେ ସେଠାରେ ପରିସ୍ଥିତି ଖରାପ ହୋଇଯାଇଥିଲା । ଗତ ଏପ୍ରିଲରେ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନରେ ତୁଣମୂଳ କଂଗ୍ରେସ ‘ଲୋ ହୋବେ’ ସ୍ଲୋଗନ ବ୍ୟବହାର କରିଥିଲା ।

Share