୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ ଘରେ କାହାକୁ ନ କହି କେଉଁଆଡେ ଚାଲିଯାଇଥିଲେ। ଏନେଇ ତାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ। ସେବେଠାରୁ ତାଙ୍କୁ ଖୋଜା ଯାଉଥିଲେ ହେଁ ପତ୍ତା ମିଳୁ ନ ଥିଲା। ତେବେ ସେ ଆଧ୍ୟାତ୍ମିକ ଯାତ୍ରା ପାଇଁ ଘରୁ ଚାଲିଯାଇଥିବା କହିଛନ୍ତି।

ଗୁରୁଚରଣଙ୍କ ବାପା ହରଜିତ କହିଛନ୍ତି, ମେ’ ୧୭ରେ ସେ ଫେରିଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ ଅପହରଣ କରାଯାଇ ନ ଥିଲା। ପୋଲିସକୁ ଏନେଇ ସମସ୍ତ ସୂଚନା ଦେଇଛି। ଆପଣ ଚାହିଁଲେ ସେମାନଙ୍କଠାରୁ ଜାଣିପାରିବେ।

ଅପରପକ୍ଷେ ଦିଲ୍ଲୀ ପୋଲିସ ନିକଟରେ ଗୁରୁଚରଣ ବୟାନ ରେକର୍ଡ କରିଛନ୍ତି। ଏହି ଅବସରରେ ତାଙ୍କର ଫଟୋ ବେଶ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଆଦୌ ଚିହ୍ନି ହେଉ ନ ଥିବା ପ୍ରଶଂସକ କହିଛନ୍ତି। ହେଲେ ସେ ଫେରିବା ଖବର ସାଥୀ କଳାକାର ସାଙ୍ଗକୁ ପରିବାରଲୋକଙ୍କୁ ଖୁସି ଦେଇଛି।

Share