Categories: ଜାତୀୟ

ବଡ଼ ବାକ୍ସ ଧରି ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ତାମିଲନାଡୁ ଭାଜପା ଅଧ୍ୟକ୍ଷ

ଚେନ୍ନାଇ,୨୬।୭: ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଆନ୍ନାମଲାଇ ଏକ ବଡ଼ ବାକ୍ସ ନେଇ ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଛନ୍ତି। ଏହି ବାକ୍ସରେ ‘ଡିଏମକେ ଫାଇଲ୍ସ ପାର୍ଟ-୨’ ରହିଛି। ‘ଡିଏମକେ ଫାଇଲ୍ସ ପାର୍ଟ-୨’ରେ ଡିଏମକେ ପଦାଧିକାରୀଙ୍କ ବେନାମି ଦସ୍ତାବେଜ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବ। ବୁଧବାର ଆନ୍ନାମଲାଇ ଟୁଇଟ କରି କହିଛନ୍ତି ଯେ, ଏହି ସଂପର୍କରେ ଆଜି ରାଜ୍ୟପାଳ ଆର.ଏନ ରବିଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା।
କେ ଆନ୍ନାମଲାଇ କହିଛନ୍ତି,ଦଳର ବରିଷ୍ଠ ନେତାଙ୍କ ସହ ତାମିଲନାଡୁର ରାଜ୍ୟପାଳ ଆର.ଏନ ରବିଙ୍କୁ ଭେଟିବାର ସୁଯୋଗ ପାଇଛୁ। ‘ଡିଏମକେ ଫାଇଲ୍ସ ପାର୍ଟ-୨’ ସମ୍ବନ୍ଧରେ ରାଜ୍ୟପାଳଙ୍କର ହସ୍ତକ୍ଷେପ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଏକ ସ୍ମାରକପତ୍ର ଦାଖଲ କରିଛୁ।
ଆନ୍ନାମଲାଇ ଆହୁରି ମଧ୍ୟ କହିଛନ୍ତି, ‘ଡିଏମକେ ଫାଇଲ୍ସ ପାର୍ଟ-୨’ରେ ଡିଏମକେ ମନ୍ତ୍ରୀ, ବିଧାୟକ, ଏମ୍‌ପି ଏବଂ ପ୍ରଥମ ପରିବାର ସହ ଜଡିତ ବେନାମି ଦସ୍ତାବେଜର ସମ୍ପୂର୍ଣ୍ଣ ବିବରଣୀ ଏବଂ ୫୬୦୦ କୋଟି ଟଙ୍କାର ୩ଟି ସ୍କାମ ରହିଛି।
ଏହାପୂର୍ବରୁ ଆନ୍ନମଲାଇ ଗତ ଏପ୍ରିଲରେ ‘ଡିଏମକେ ଫାଇଲ୍ସ ପାର୍ଟ-୧’ରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସମେତ ଡିଏମକେ ନେତାଙ୍କ ଦୁର୍ନୀତି ବିଷୟରେ ପ୍ରକାଶ କରିଥିଲେ। ଭବିଷ୍ୟତରେ ମଧ୍ୟ ଏହିପରି ଅଧିକ ଫାଇଲ ପ୍ରକାଶ ପାଇବ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ, ଏପ୍ରିଲ ୨୯୨୩ରେ ଆନ୍ନାମଲାଇଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲା। ଏହି ସମସ୍ତ ଅଭିଯୋଗ ମିଥ୍ୟା ବୋଲି ସେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଡିଏମକେ ପକ୍ଷରୁ କୋର୍ଟରେ ଭାଜପା ବିରୋଧରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଥିଲା।

Share