ଚେନ୍ନାଇ,୩।୩: ୟୁକ୍ରେନ୍ରେ ଫସି ରହିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ୍ ଗଙ୍ଗା ଜାରି ରହିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାନିଲ ଗୁରୁବାର ଏହାର ସମୀକ୍ଷା କରିଛନ୍ତି। ତେବେ ତାମିଲନାଡୁ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଛି ବଡ଼ ନିଷ୍ପତ୍ତି। ତାମିଲନାଡୁର ୪ ଏମ୍ପି ୟୁକ୍ରେନର ସୀମାବର୍ତ୍ତୀ ଅଞ୍ଚଳକୁ ଯାଇ ଉଦ୍ଧାରକାର୍ଯ୍ୟର ତଦାରଖ କରିବେ। ଗୁରୁବାର ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। ଦୁଇଜଣ ରାଜ୍ୟସଭା ସଦସ୍ୟ ତିରୁଚୀ ଶିଭା, ଏମ୍ଏମ୍ ଆବଦ୍ଦୁଲାହ, ଜଣେ ଲୋକସଭା ସଦସ୍ୟ କଳାନିଧି ବୀରାସାମି ଓ ବିଧାୟକ ଟିଆର୍ବି ରାଜାଙ୍କୁ ଏ ନେଇ ବଛାଯାଇଛି। ଏହି ଏମ୍ପିମାନେ ଉଦ୍ଧାରକାର୍ଯ୍ୟର ସମୀକ୍ଷା ପାଇଁ ହଙ୍ଗେରି, ରୋମାନିଆ, ପୋଲାଣ୍ଡ ଓ ସ୍ଲୋଭାକିଆ ଯିବେ। ୪ ଜଣ ଆଇଏଏସ୍ ଅଫିସର ମଧ୍ୟ ଏହି ଅଭିଯାନରେ ଏମ୍ପିମାନଙ୍କ ସହ ସାମିଲ ହେବେ। ଦେଶର ପ୍ରଥମ ରାଜ୍ୟ ତାମିଲନାଡ଼ୁ ୟୁକ୍ରେନ୍ ଯୁଦ୍ଧ ସମୟରେ ଛାତ୍ରୀଛାତ୍ରଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ଯାଉଛି। ଏନେଇ ଷ୍ଟାନିଲ୍ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି। କିଛିଦିନ ପୂର୍ବେ କେନ୍ଦ୍ର ସରକାର ୪ ବରିଷ୍ଠ ମନ୍ତ୍ରୀଙ୍କୁ ୟୁକ୍ରେନର ପଡୋଶୀ ଦେଶକୁ ପଠାଇଥିଲେ। ଯେଉଁଥିରେ ହରଦୀପ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରନ ରିଜିଜୁ ଓ ଭିକେ ସିଂ ସାମିଲ ଥିଲେ।