ଚେନ୍ନାଇ,୫ା୧- ପୋଙ୍ଗଲ ଉତ୍ସବ ପରେ ଦଶମ ଓ ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବାକୁ ଚିନ୍ତା କରୁଛନ୍ତି ତାମିଲନାଡୁ ସରକାର। ଏ ନେଇ ସରକାର ସ୍କୁଲ ସ୍ତରରେ ଅବିଭାବକଙ୍କ ମତାମତ ଲୋଡ଼ିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହାପରେ ହିଁ ସରକାର ନିଷ୍ପତ୍ତି ନେବେ।
ସମସ୍ତ ସ୍କୁଲରେ ୮ ତାରିଖ ପର୍ଯ୍ୟନ୍ତ ଅବିଭାବକ ବୈଠକ କରାଯିବା ନେଇ ରାଜ୍ୟର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପ୍ରତ୍ୟେକ ଜିଲାର ଶିକ୍ଷା ବିଭାଗର ଅଫିସରଙ୍କୁ ସୂଚନା ଦିଆଯାଇଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛତ୍ରୀଛାତ୍ରଙ୍କ କଲ୍ୟାଣକୁ ଧ୍ୟାନରେ ରଖି ବିଦ୍ୟାଳୟ ଖୋଲିବା ଜରୁରୀ ଅଟେ। ଯଦ୍ୱାରା ଶିକ୍ଷକମାନେ ବୋର୍ଡ ପରୀକ୍ଷା ପୂର୍ବରୁ ଛତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିପାରିବେ ବୋଲି ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି। ପିତାମାତାଙ୍କଠାରୁ ପରାମର୍ଶ ମିଳିବା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ।