ଠକ ପ୍ରେମିକଙ୍କୁ ୫ ବର୍ଷ ଜେଲ

କେନ୍ଦ୍ରାପଡ଼ା ଅଫିସ, ୨୩।୩: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ଦୃଷ୍ଟିବାଧିତ ଯୁବତୀଙ୍କୁ ପ୍ରେମ ଜାଲରେ ପକାଇ ଗର୍ଭବତୀ କରିବା ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ମାମଲା ନଂ. ୬୩/୧୫କୁ କେନ୍ଦ୍ରାପଡ଼ା ଫାଷ୍ଟ ଟ୍ରାକ ବିଚାରପତି ତ୍ରିବିକ୍ରମ ଚିନ୍ନରା ବିଚାର କରି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ତିଘିରିଆ ଗଁାର କାଳିଆ ଜେନାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଜରିମାନା ବାବଦ ୫ ହଜାର ଟଙ୍କା, ଅନାଦାୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ମାମଲା ପରିଚାଳନାକାରୀ ସରକାରୀ ଓକିଲ ସଞ୍ଜୟ କୁମାର ଜେନା କହିଛନ୍ତି, କାଳିଆ ପେସାରେ ଅଟୋ ଚାଳକ। ୨୦୧୪ରେ ନିକିରାଇ ଥାନା ଅଞ୍ଚଳର ସମ୍ପୃକ୍ତା ଦୃଷ୍ଟିବାଧିତ ନାବାଳିକାଙ୍କ ସହ ଅଟୋରେ ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନାବାଳିକା ୭ ମାସ ଗର୍ଭବତୀ ହୋଇଥିଲେ ମଧ୍ୟ କାଳିଆ ଧରାଛୁଅଁା ଦେଇ ନ ଥିଲେ। ଏପରି କି ୨୦୧୫ରେ ଏକ ପୁଅ ଜନ୍ମ ହୋଇଥିଲେ ମଧ୍ୟ ଡାକ୍ତରଖାନା ଆସି ନ ଥିଲେ। ଯୁବତୀଙ୍କ ପରିବାର ପକ୍ଷରୁ ୨୦୧୫ ଜୁନ ୨୬ରେ ଥାନାରେ ଅଭିଯୋଗ ହୋଇଥିଲା।

Share