ଚିନାବାଦାମ, କାହାକୁ ଭଜା ପସନ୍ଦ ତ କାହାକୁ କଞ୍ଚା। ତେବେ ଏହି ବାଦାମ ଲଡୁର ରହିଛି ଅନେକ ଉପକାରୀ ଗୁଣ। ଜାଣନ୍ତୁ ସେ ସମ୍ପର୍କରେ…
-ବାଦାମ ଲଡୁ ଖାଇବା ଦ୍ୱାରା ତ୍ୱଚା ଗୋରା ହୋଇଥାଏ। ଏଥିସହିତ କେଶରେ ମଧ୍ୟ ଚମକ ଆସିଥାଏ।
– ଗର୍ଭବତୀ ମହିଳାମାନେ ଏହି ଲଡ଼ୁ ଖାଇଲେ ତାହା ଲାଭଦାୟକ ହୋଇଥାଏ। ଏଥିରେ ଥିବା ଆଇରନ ଭ୍ରୂଣର ବିକାଶରେ ସହାୟ ହୋଇଥାଏ।
– ଏହା କୋଷ୍ଠକାଠିନ୍ୟ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ। ଏପରିକି ପାଚନକ୍ରିୟାକୁ ମଧ୍ୟ ସକ୍ରିୟ କରିଥାଏ।
– ପ୍ରୋଟିନ୍ ଓ କ୍ୟାଲ୍ସିିୟମ୍ ଏଥିରେ ଭରପୂର ମାତ୍ରାରେ ଥିବାରୁ ଦାନ୍ତ ଓ ହାଡ଼ ଶକ୍ତ କରିବାରେ ଏହା ସାହାଯ୍ୟ କରିଥାଏ।
– ଶରୀରରେ କୋଲେଷ୍ଟରଲ ପରିମାଣ କମ୍ କରିବା ସହ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ।
– ବାଦାମ ଲଡ଼ୁ ଆପଣଙ୍କୁ ପ୍ରଫୁଲ୍ଲ ରଖିବା ସହ ଆପଣଙ୍କ ମାନସିକ ଅବସାଦ ଦୂର କରିଥାଏ।