୪ର୍ଥ ଲହର ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ପୁଣି ସଜାଗ ହୋଇଛନ୍ତି। ଯଦିଓ ଆମ ରାଜ୍ୟରେ ସଂକ୍ରମଣ ହାର କମ୍‌ ରହିଛି ତଥାପି ଆଗାମୀ ୪ର୍ଥ ଲହର ପାଇଁ ସତର୍କ ରହିବାକୁ ସମସ୍ତ ଜିଲାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆମ ରାଜ୍ୟରେ ୭ ରୁ ୮ ଜିଲାକୁ ବାଦ୍‌ ଦେଲେ ବାକି ଜିଲାରେ ପଜିଟିଭ୍‌ କେସ୍‌ ନାହିଁ। ତେଣୁ ସେପରି ଆତଙ୍କିତ ହେବା ପରି ପରିସ୍ଥିତି ଉପୁଜିନାହିଁ। ତଥାପି ସେପରି ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଟେଷ୍ଟ ହାର ବଢ଼ାଯାଉଛି।

Share