ଗର୍ବିତ ନୁହେଁ, କୃତଜ୍ଞ ହେବା: ତଥାଗତ

ବଲାଙ୍ଗୀର, ୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ଅନେକ ସମୟରେ ଆମେ ବଲାଙ୍ଗିରିଆ, ଢେଙ୍କାନାଳିଆ କି ଭାରତୀୟ ବୋଲି ଗର୍ବ କରିଥାଉଁ। ମାତ୍ର ଗର୍ବିତ ହେବା ବଦଳରେ ଆମେ ଯଦି କୃତଜ୍ଞ ହେବା ତେବେ ଏହା ଆମ ଅଞ୍ଚଳ, ସମାଜ ଓ ଦେଶ ପାଇଁ ଅଧିକ ମଙ୍ଗଳକର ହେବ ବୋଲି ସର୍ବଭାରତୀୟ ନାଟକ ସମାରୋହ ମଠଖାଇ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି।
ମଠଖାଇ ମହୋତ୍ସବ ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚତୁର୍ଥ ସାନ୍ଧ୍ୟ ସଭାରେ ମୁଖ୍ୟ ଅତିଥି ସତପଥୀ କହିଛନ୍ତି, କଳାକାର କି କଳା ଜୀବନଠୁ ଭିନ୍ନ ନୁହନ୍ତି, ସେ ଆମ ଜୀବନର ଏକ ଅଙ୍ଗ। ନାଚ, ଗୀତ ଓ ନାଟକ ଜୀବନକୁ ଭିନ୍ନ ରୂପରେ ପ୍ରତିଫଳିତ କରେ। ଆମେ ଏଇ ମାଟିରୁ ଯେତିକି ସ୍ନେହ, ଶ୍ରଦ୍ଧା ପାଇଛୁ ତା’ ତୁଳନାରେ କ’ଣ ଫେରଇଛୁ ଚିନ୍ତା କରିବା କଥା। ଏବେ ଜାତୀୟତା ଓ ଦେଶପ୍ରେମକୁ ଭିନ୍ନ ଭାବରେ ଚିତ୍ରଣ କରାଯାଉଛି। କିଛି ଲୋକ କିଏ ଦେଶଭକ୍ତ ଓ କିଏ ନୁହେଁ ତାହା ସେମାନେ ବାଛିବାର ହକ୍‌ଦାର ବୋଲି ଭାବୁଛନ୍ତି। ସେମାନଙ୍କୁ ସେଭଳି ସୁଯୋଗ ଦେବା କଥା ନୁହେଁ। ଆମେ ଦେଶଭକ୍ତ ହେବା ବଦଳରେ ଯଦି ମଣିଷ କି ମାଟିକୁ ପ୍ରେମ କରିପାରିବା ତେବେ ତାହା ସବୁଠୁ ଶ୍ରେୟସ୍କର ହେବ ବୋଲି ସେ କହିଥିଲେ। ଜୟନ୍ତ ବାଗଙ୍କ ଭଳି ସାମାଜିକକର୍ମୀଙ୍କୁ ସାମାଜିକ ପରିଚୟ ଦେବାରେ ମଠଖାଇ ଯେଉଁ ପ୍ରୟାସ କରିଛି ତାହା ମହାନ୍‌ କାର୍ଯ୍ୟ ବୋଲି ସତପଥୀ କହିଛନ୍ତି। ସଭାରେ ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମଞ୍ଚାସୀନ ଥିଲେ। ଛୁରିଆ ତାଙ୍କ ବକ୍ତବ୍ୟରେ ମଠଖାଇ ମହୋତ୍ସବ ଏକ ମିଳାମିଶାର ପର୍ବ ବୋଲି କହଛନ୍ତି। କଳାକାରଟିଏ ସମାଜର ସବୁଠୁ ଆଗଧାଡ଼ିର ବ୍ୟକ୍ତି ବୋଲି ସେ କହିଛନ୍ତି। ଅନ୍ୟତମ ଉପଦେଷ୍ଟା ପତି ନାଟକ ପ୍ରଶାନ୍ତି ଓ ପରିତୃପ୍ତି ପ୍ରଦାନ କରେ॥ ମଠଖାଇ ମହୋତ୍ସବ ବଲାଙ୍ଗୀରର ସମସ୍ତଙ୍କୁ ଏକାକାର କରିଦେଇଛି ବୋଲି ସେ କହିଛନ୍ତି। ମଠଖାଇ ଅଧ୍ୟକ୍ଷ ମିଶ୍ର ତାଙ୍କ ବକ୍ତବ୍ୟରେ ଏଇ ମଞ୍ଚ ରାଜନୀତି ମଞ୍ଚ ନୁହେଁ । ଏଠାକୁ ସବୁ ରାଜନୈତିକ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଉଛି ଏବଂ ଏକତାର ବାର୍ତ୍ତା ଦିଆଯାଉଛି। ଏହାସତ୍ତ୍ୱେ ଏଠାକାର କେତେଜଣ ବିଜେଡି ନେତା ଏହି ମହୋତ୍ସବକୁ ଅସଫଳ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ସେମାନେ ଏଭଳି ନ କରିବାକୁ ସେ ଅନୁରୋଧ କରିଛନ୍ତି।
ଏହି ଅବସରରେ ରିକ୍ସାଚାଳକ ଭାବେ ବୃତ୍ତିଗତ ଜୀବନରେ ଥାଇ ମଧ୍ୟ ଦୀର୍ଘ ୩୫ ବର୍ଷରୁ ଊର୍ଦ୍ଧ୍ୱ ହେବ ସ୍ବେଚ୍ଛାକୃତ ଭାବେ ସହସ୍ରାଧିକ ଶବଦାହ କରିଆସୁଥିବା ସାମାଜିକ କର୍ମୀ ଜୟନ୍ତ ବାଗଙ୍କୁ ଅତିଥିମାନେ ମଠଖାଇ ସମ୍ମାନ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ ସଂଯୋତ କଳା କେନ୍ଦ୍ରର କଳାକାରମାନେ ମଧୁଶାଳା ନୃତ୍ୟ ପରିବେଷଣ କରିଥିଲେ। ସଭାକୁ ଚିତ୍ତରଞ୍ଜନ ଦାଶ ପରିଚାଳନା କରିଥିଲେ ଓ ଅଶୋକ ଦାସ ସ୍ବାଗତ ବକ୍ତବ୍ୟ ଦେଇଥିଲେ। ଶେଷରେ ମୁରଲୀଧାରୀ ପତି ଧନ୍ୟବାଦ ଦେଇଥିଲେ। ସଭା ପରେ ଜାମଶେଦପୁରସ୍ଥିତ ଝାଡ଼ଖଣ୍ଡ ସାଂସ୍କୃତିକ ମଞ୍ଚର କଳାକାରମାନେ ସୁରେଶ ବର୍ମାଙ୍କ ରଚିତ ଏବଂ ସିବଲ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ସୁରଜ କି ଅନ୍ତମ କିରନ୍‌ ସେ ସୁରଜ କି ପହଲି କିରନ୍‌ ତକ୍‌ ମଞ୍ଚସ୍ଥ ହୋଇଥିଲା। ଏହି ନାଟକରେ କଳାକାରମାନେ ନିଖୁଣ ଅଭିନୟ କରିଥିଲେ। ଆଜିର ମଞ୍ଚକୁ ପ୍ରଖ୍ୟାତ ମଞ୍ଚ ତଥା ସିନେ କଳାକାର ଗୋପାଳ ସାହୁ (ଏଲି)ଙ୍କ ସ୍ମରଣରେ ସମର୍ପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image