ଫେମଶ ହେବାକୁ ସର୍ଜରୀ କରିଥିଲେ ଏହି ନାୟିକା

ମୁ୍‌ମ୍ବାଇ: ଟେଲିଭିଜନ ପରଦାଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭନେତ୍ରୀ ପୁନମ ପାଣ୍ଡେ । ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ଏହି ନାୟିକା ଖୁବ୍ ବୋଲ୍ଡ । ୧୧ ମାର୍ଚ୍ଚ ୧୯୯୧ରେ କାନପୁରରେ ଜନ୍ମ ନେଇଥିବା ପୁନମ ଆଜି ତାଙ୍କ ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି । କିଛି ଲଭ ଆଫେୟାର୍ସକୁ ନେଇ ଚର୍ଚ୍ଚାରେ ଥିବା ପୁନମ ଶେଷରେ ବିବାହ କରିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଅବଶ୍ୟ ୨୦୨୦ରେ ସେ ତାଙ୍କ ବୟଫ୍ରେଣ୍ଡ ସୌମଙ୍କୁ ବିବାହ କରିଥିବା ଏକ ସାକ୍ଷାତ୍‌କାରରେ କହିଥିଲେ । ପୁନମ ସେତେବେଳେ କହିଥିଲେ ସୌମଙ୍କ ସହ ୩ ବର୍ଷ ହେବ ରିଲେସନଶିପରେ ଥିଲେ । ଆଉ ତାଙ୍କ ସହ ସୌମଙ୍କ ଚରିତ୍ରର ଅନେକ ସମାଞ୍ଜସ୍ୟ ରହିଛି । ତେଣୁ ସେ ତାଙ୍କୁ ବିବାହ କରିଛନ୍ତି । ଆଉ ଏହାର କିଛିଦିନ ପରେ ଉଭୟଙ୍କ ଭିତରେ କିଛି ଭୁଲ ବୁଝାମଣାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଥିଲେ ପୁନମ । ଏମିତିକି ସେତେବେଳେ ସେ ସୌମଙ୍କ ନାଁରେ ଅଭିଯୋଗ କରିବାରୁ ସେ ଗିରଫ ହୋଇଥିଲେ । ହେଲେ ଏସବୁ ମିଥ୍ୟା ଥିଲା ବୋଲି ପରେ ଶୁଣିବାକୁ ମିଳିଲା । ଏବେ ପୁନମ ତାଙ୍କ ପତିଙ୍କଠାରୁ ଅଲଗା ହୋଇ ଯାଇଥିବା କୁହାଯାଏ । ତେବେ ବୋଲ୍ଡନେସର ସବୁ ସୀମା ଅତିକ୍ରମ କରିଥିବା ପୁନମ ଫେମଶ ହେବା ପାଇଁ ବ୍ରେଷ୍ଟ ସର୍ଜରୀ କରିଥିବା ଅନେକେ ଜାଣିଥିବେ ।
ଏବେ ପୁନମ କଙ୍ଗନା ରାନାୱତଙ୍କ ଶୋ’ ଲକ୍‌ଅପ୍‌ରେ ଜଣେ କଏଦୀ ଭାବେ ନଜର ଆସିଛନ୍ତି । ଏଠି ସେ ତାଙ୍କ ପତିଙ୍କ ନିର୍ଯ୍ୟାତନା ବିଷୟରେ ବି ଖୋଲାଖୋଲି ଆଲୋଚନା କରିଛନ୍ତି ।

Share