ବଡଦିନ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ: ପ୍ରଶାସନ ତତ୍ପର 

ଦାରିଙ୍ଗବାଡି,୧୬।୧୨ (ଅରୁଣ ସାହୁ): ଆଉ କିଛିଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ଦାରିଙ୍ଗବାଡି ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ ପାଳନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।  ନିଜ ଘରକୁ ସଜ୍ଜିତ କରିବା ସହ ନୂଆ ପୋଷାକ କିଣିବା, ପୀଠପଣା ପାଇଁ ରାସନ ସାମଗ୍ରୀ ସଂଗ୍ରହ ଆଦି କରିବା ଆରମ୍ଭ ହେଲାଣି । ତେବେ ସାମ୍ପ୍ରଦାୟିକ ଶାନ୍ତି ସଦ୍‌ଭାବନାରେ ଏହି ପର୍ବ କିଭଳି ପାଳନ କରାଯାଇପାରିବ। ସେ ନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତୀ ଆରମ୍ଭ ହୋଇଛି। ସୋମବାର ଅପରାହ୍ନରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତ ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ଏସଡିପିଓ କମଳ କୁମାର ପଣ୍ଡା, ବଡିଓ ପ୍ରୀତିରଞ୍ଜନ ରଥ, ଆଇଆଇସି ଅଶୋକ କୁମାର ହାଁସଦା ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ବିଭିନ୍ନ ସମ୍ପ୍ରଦାୟ, ବଣିକ ସଙ୍ଘ, ହୋଟେଲ ସଙ୍ଘ, ଚର୍ଚ୍ଚର ପାଳକ, ପ୍ରୀଷ୍ଟ ମାନେ ଯୋଗଦେଇଥିଲେ। ଦାରିଙ୍ଗବାଡି ଅଞ୍ଚଳରେ ବଡ଼ ଧୂମଧାମରେ ଏହି ପର୍ବ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ସରପଞ୍ଚ ଚନ୍ଦ୍ରିକା ମଲିକ, ବଣିକ ସଙ୍ଘ ସଭାପତି ଲଡ଼ୁ କିଶୋର ସାହୁ, ଚର୍ଚ୍ଚ ଫାଦର ମୁକୁନ୍ଦ ବଳିୟାର ସିଂପ୍ରମୁଖ ଯୋଗଦେଇ ଏହି ପର୍ବ ପାଳନ ସମ୍ପର୍କରେ ମତ ପ୍ରକାଶ କରିଥିଲେ।
ସେହିପରି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଉଛି। ମଦ୍ୟପଙ୍କୁ  ଦ୍ରୁତଗତି ଗାଡିଚାଲଣା ଓ ବାଇକ ଚାଳକଙ୍କ ଅମାନିଆ ଗାଡି ଚାଳନାକୁ ରୋକିବାକୁ ସ୍ଥାନୀୟ ଲୋକ ପୋଲିସକୁ ନିବେଦନ କରିଥିଲେ। ଏହି ବଡଦିନ ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ମଧ୍ୟ ଗାଡି ଦୁର୍ଘଟଣାକୁ ରୋକିବାକୁ ପଦକ୍ଷେପ ନେବାକୁ ଗୁରୁତ୍ୱ ପାଇଁ ବୈଠକରେ କଥା ଉଠିଥିଲା। ଏହାକୁ ବାଲିଗୁଡା ଏସ୍‌ଡିପିଓ ଏବଂ ଆଇଆଇସି ଗୁରୁତର ସହ ନେଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ: ସନ୍ତାନର ନାଁ ରଖିଲେ…

ମୁମ୍ବାଇ,୧୬।୪: ଚକ ଦେ ଇଣ୍ଡିଆ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୧୬।୪: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ସୋର ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲଗିଥିବା ଦେଖିବାକୁ...

ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ

ଭବାନୀପାଟଣା,୧୬।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି(ଗାଇନିକ) ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର...

ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ...

Watch Video:ମ୍ୟାଚ୍‌ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍‌ଙ୍କୁ କହିଲେ, ମୋତେ ଦେଖ…

ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ...

ଏଣିକି ସ୍କୁଲରେ ମୋବାଇଲ୍‌ ମନା: ଜାଣନ୍ତୁ କ’ଣ ରହିଛି କାରଣ

ଡେନମାର୍କ,୧୬।୪: ପିଲାମାନଙ୍କ ଭବିଷ୍ୟତ ଏବଂ ମାନସିକ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି, ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର...

କୁଟାରିକୁ ଲହୁଲୁହାଣ କଲା କୁକୁର: ଉଦ୍ଧାର କଲା ବନବିଭାଗ

ପାଟଣା ୧୬/୪(ବୀରକିଶୋର ଦାଶ ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ରାଇଡିହା ଗ୍ରାମରୁ ବୁଧବାର ସକାଳୁ ଏକ ଆହତ କୁଟାରିକୁ ବନ...

ନିର୍ବାଚନ ପୂର୍ବରୁ ସ୍ବାୟତ୍ତତା ଉଦ୍ୟମ: ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ଷ୍ଟାଲିନ୍‌

ଚେନ୍ନାଇ,୧୬।୪:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କେନ୍ଦ୍ର-ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପି.ଭି. ରାଜମାନ୍ନାର କମିଟି ଗଠନ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image