ନିଜ ମଧ୍ୟରେ ବାଛବିଚାର

ଭାରତର ଉତ୍ତର ପୂର୍ବାଞ୍ଚଳରୁ ଯାଇ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ବାସ କରୁଥିବା ବ୍ୟକ୍ତିମାନେ ବର୍ଣ୍ଣବିଦ୍ୱେଷର ଘୋର ସମ୍ମୁଖୀନ ହେଉଥିବା ସଂକ୍ରାନ୍ତ ଏକ ରିପୋର୍ଟ ନିକଟରେ ଅନ୍‌ଲାଇନ ଜର୍ନାଲ ‘ସ୍କୋପୁସ’ରେ ପ୍ରକାଶ ପାଇଛି। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଦୁଇ ଜଣ ପ୍ରଫେସରଙ୍କ ନୂତନ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଦିଲ୍ଲୀ ଭଳି ହାଇଦ୍ରାବାଦରେ ବହିରାଗତଙ୍କୁ ସୁରକ୍ଷା ଦେବା ସକାଶେ ସ୍ବତନ୍ତ୍ର ପୋଲିସ ୟୁନିଟ୍‌ ପ୍ରତିଷ୍ଠା କରିବାର ଆବଶ୍ୟକତା ପଡ଼ିଲାଣି। ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ରହୁଥିବା ଉତ୍ତର ପୂର୍ବାଞ୍ଚଳର ଲୋକ, ଲଦାଖୀ ଓ ଗୋର୍ଖାଙ୍କୁ ସୁରକ୍ଷା ଦେବା ସକାଶେ ଦିଲ୍ଲୀ ପୋଲିସ ଅଧୀନରେ ସ୍ପେଶାଲ ପୋଲିସ ୟୁନିଟ୍‌ ଫର୍‌ ନର୍ଥ ଇଷ୍ଟର୍ନ ରିଜିଅନ୍‌(ସ୍ପୁନର) ସ୍ଥାପନ କରାଯାଇଛି। ହାଇଦ୍ରାବାଦରେ ଅନୁରୂପ ସୁରକ୍ଷା ବ୍ୟବସ୍ଥା କରିବା ଲାଗି ଦାବି ହେବା ପଛରେ ଅନେକ କାରଣ ରହିଛି। ଉତ୍ତର ପୂର୍ବାଞ୍ଚଳବାସୀଙ୍କ ଶାରୀରିକ ଗଠନ ଓ ଖାଦ୍ୟଭ୍ୟାସକୁ ନେଇ ହାଇଦ୍ରାବାଦର ଲୋକମାନେ ଘୃଣାଭାବ ପ୍ରଦର୍ଶନ କରୁଛନ୍ତି। ଏପରିକି ସେମାନଙ୍କୁ ଘରଭଡ଼ା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଅମଙ୍ଗ ହେଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ବାଛବିଚାର କାରଣରୁ ଅନେକ ଉତ୍ତର ପୂର୍ବାଞ୍ଚଳବାସୀ ହାଇଦ୍ରାବାଦରୁ ଚାକିରି ଛାଡ଼ି ନିଜ ରାଜ୍ୟ କିମ୍ବା ଅନ୍ୟ ରାଜ୍ୟକୁ ପଳାଇ ଯାଉଥିବା ଜଣାପଡ଼ିଛି। ସୂଚନା ଦିଆଯାଇପାରେ ଯେ, ଏବେ ହାଇଦ୍ରାବାଦରେ ୮ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ୍‌ ଏବଂ ତ୍ରିପୁରାରୁ ପାଖାପାଖି ୫୦ ହଜାର ଲୋକ ଆସି ହାଇଦ୍ରାବାଦରେ ରହୁଛନ୍ତି। ଏମାନଙ୍କ ମଧ୍ୟରେ ଆସାମରୁ ପ୍ରାୟ ୧୦ ହଜାର ଅଛନ୍ତି। ତେଣୁ ବାଛବିଚାରକୁ ଦୂର କରିବା ପାଇଁ ବର୍ଣ୍ଣବିଦ୍ୱେଷ ବିରୋଧୀ ବିଧେୟକ ଅଣାଯିବା ଦରକାର ବୋଲି ସମ୍ପୃକ୍ତ ପ୍ରଫେସରମାନେ ତେଲଙ୍ଗାନା ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଭାରତୀୟ ସମ୍ବିଧାନରେ ଥିବା ସୌନ୍ଦର୍ଯ୍ୟକୁ ଦେଖିଲେ ସେଥିରୁ ‘ବିବିଧତା ମଧ୍ୟରେ ଏକତା’ ପ୍ରତିଫଳିତ ହୋଇଥାଏ। କିନ୍ତୁ ଦେଶର କେତେକ ଭାଗରେ ଜାତି, ଧର୍ମ, ବର୍ଣ୍ଣଠାରୁ ଆରମ୍ଭ କରି ଲୋକଙ୍କ ପୋଷାକ, ଖାଦ୍ୟରୁଚି ଓ ପସନ୍ଦକୁ ନେଇ କିଛି ବ୍ୟକ୍ତି ଅସ୍ବାଭାବିକ ମତ ଦେବା ସହ ସ୍ଥଳବିଶେଷରେ ହିଂସା ଘଟାଇଥାଆନ୍ତି। ଏଠାରେ ମନେ ପକାଇ ଦିଆଯାଇପାରେ ୨୦୧୪ ଜାନୁଆରୀ ୨୯ରେ ଉତ୍ତର ପୂର୍ବାଞ୍ଚଳରୁ ଆସି ଦିଲ୍ଲୀରେ ରହୁଥିବା ନିଦୋ ତାନିଆମ୍‌ଙ୍କୁ ଲଜ୍‌ପତ ନଗରଠାରେ ପିଟି ମାରି ଦିଆଯାଇଥିଲା। ସେହିପରି ୨୦୧୬ରେ ମିଜୋରାମର ଦୁଇ ଜଣ ଯୁବକ କନ୍ନଡ଼ ଭାଷା କହି ନ ପାରିବାରୁ ସେମାନଙ୍କୁ ବେଙ୍ଗାଲୁରୁଠାରେ ନିର୍ମମ ଭାବେ ପିଟାଯାଇଥିଲା। ସେତେବେଳେ ଏହିସବୁ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ବର୍ତ୍ତମାନ ନର୍ଥ ଇଷ୍ଟର୍ନ ଲୋକଙ୍କ ପାଇଁ ହାଇଦ୍ରାବାଦ ଅସୁରକ୍ଷିତ ହୋଇପଡ଼ିଥିବାରୁ ପ୍ରଫେସରଦ୍ୱୟଙ୍କ ଅନୁଧ୍ୟାନ ଏକ ମାରାତ୍ମକ ଦିଗକୁ ସୂଚିତ କରୁଛି। ରିପୋର୍ଟ ପ୍ରକାଶ ପାଇବା ପରେ ନାଗା ଆଦିବାସୀଙ୍କ ରୁଙ୍ଗମେୟୀ ଆସୋସିଏଶନ, ହାଇଦ୍ରାବାଦ ଆସାମ ଆସୋସିଏଶନ, ହାଇଦ୍ରାବାଦ ମଣିପୁରୀ ସୋସାଇଟି, ନାଗା ଖ୍ରୀଷ୍ଟିଆନ୍‌ ଫେଲୋଶିପ୍‌, ହାଇଦ୍ରାବାଦ ମିଜୋ ଖ୍ରୀଷ୍ଟିଆନ୍‌ ଫେଲୋଶିପ୍‌ ଆଦି ସଙ୍ଗଠନ ନର୍ଥ ଇଷ୍ଟର୍ନ ଲୋକଙ୍କ ସୁରକ୍ଷା ସକାଶେ ସ୍ବତନ୍ତ୍ର ସେଲ୍‌ ଗଠନ କରିବା ଉପରେ ଜୋର ଦେଇଛନ୍ତି।
ଉପରଲିଖିତ ଘଟଣାକୁ ତର୍ଜମା କଲେ ଦେଶର ବିଭିନ୍ନ ଭାଗରେ ଜୀବିକାର୍ଜନ କରିବା ଲାଗି ଲୋକେ ଧାଇଁଥାଆନ୍ତି। ଭାରତର ଯେକୌଣସି ସ୍ଥାନ ଓ ଭାଷାଭାଷୀ ଅଞ୍ଚଳରେ ଯେକେହି ପଢ଼ିବା, ଚାକିରି କରିବା କିମ୍ବା ସ୍ଥାୟୀ ଭାବେ ରହିବାର ଅଧିକାର ରହିଛି। ଅବଶ୍ୟ ଜମ୍ମୁ ଓ କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପୂର୍ବରୁ ସେଠାରେ ଅନେକ କଟକଣା ରହିଥିଲା। ଏବେ କଟକଣା ଉଠିଯିବା ସତ୍ତ୍ୱେ ଜମ୍ମୁ ଓ କଶ୍ମୀରକୁ ଯିବା ପାଇଁ ଅନ୍ୟ ରାଜ୍ୟ ଲୋକ ମଧ୍ୟ ଅମଙ୍ଗ ହେଉଛନ୍ତି। ତେବେ ସ୍ଥାନୀୟ ବାସିନ୍ଦା ପ୍ରବାସୀଙ୍କୁ ଦୂର୍‌ ଦୂର୍‌ ମାର୍‌ ମାର୍‌ ଭଳି ବ୍ୟବହାର କରିବା ଦ୍ୱାରା ଜାତୀୟ ଏକତା ବିପଦରେ ପଡ଼ିଛି। ଚେହେରା, ରୁଚି ଓ ପସନ୍ଦ ଦେଖି କୌଣସି ସଙ୍ଗଠନ ବା ବ୍ୟକ୍ତିବିଶେଷ କାହାରିକୁ ଆକ୍ଷେପ କଲେ ଆଇନତଃ ଦଣ୍ଡିତ ହେବାର ବ୍ୟବସ୍ଥା ଅଛି। ଆଇନକୁ କଡ଼ାକଡ଼ି ପାଳନ କରାଯାଉ ନ ଥିବାରୁ ଭାରତରେ ବର୍ଣ୍ଣବିଦ୍ୱେଷ ମାନସିକତା ଗମ୍ଭୀର ହେବାର ସବୁ ଲକ୍ଷଣ ଦେଖାଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୧୬.୪: କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା ଅଧୀନରେ ଓଡ଼ିଶା ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି। ଯାହା ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ...

ଓଡ଼ିଶାରେ ଗ୍ରୀନ୍ ଏନର୍ଜି ପାଇଁ ₹୪,୫୦୦ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୩,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୬.୪: ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ସବୁଜ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାରେ ₹୪,୫୦୦ କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଓଡ଼ିଶାର...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ଖଣିଜ ସମ୍ପଦରେ ଭରା ଓଡ଼ିଶାର ଶ୍ରେଷ୍ଠ ୬ ଜିଲା, ରାଜ୍ୟ ଅର୍ଥନୀତିର ମୂଳ ଶକ୍ତି

ଓଡ଼ିଶା ଭାରତର ଖଣିଜ ସମ୍ପଦରେ ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ, ଯାହା ଲୌହ ଖଣିଜ, କୋଇଲା, ବକ୍ସାଇଟ୍, ମାଙ୍ଗାନିଜ୍, କ୍ରୋମାଇଟ, ଚୂନ ପଥର ଏବଂ ଅନ୍ୟାନ୍ୟ...

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍‌, ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬...

ନକଲି ସୁନା ବନ୍ଧକ ରଖିବା ଆଳରେ ୫ ଜଣଙ୍କଠାରୁ ଠକିଥିଲେ ଲକ୍ଷାଧିକ ଟଙ୍କା, ମହିଳାଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ନକଲି ସୁନା ବନ୍ଧକ ରଖି ୫ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ...

ବନ୍ଦ ହୋଇଯିବ କି ଆପଣଙ୍କ Instagram, Facebook? ଏ ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୧୬।୪: ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ...

ଭାଷା ବିଭାଜନର କାରଣ ହେବା ଉଚିତ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ମହାରାଷ୍ଟ୍ରର ଏକ ପୌରପାଳିକାର ସାଇନ୍ ବୋର୍ଡରେ ଉର୍ଦ୍ଦୁ ବ୍ୟବହାର କରିବାର ଚ୍ୟାଲେଞ୍ଜକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ଯେ ଭାଷା ବିଭାଜନର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image