ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତତ୍ପର: କୂଳକୁ ଫେରିଲା ଟ୍ରଲର, ଦୀଘାରେ ଏନ୍‌ଡିଆରଏଫ୍‌ର ସଚେତନତା

ଭୋଗରାଇ,୨୩ା୫(ଡି.ଏନ୍‌.ଏ.): ଆସୁଛି ବାତ୍ୟା ୟାସ୍‌। ବାଲେଶ୍ୱର ଉପକୂଳ ସହିତ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ସମୁଦ୍ର କୂଳରେ ଏହି ଭୟଙ୍କର ସାମୁଦ୍ରିକ ଝଡ଼ ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ଥିବାରୁ ଦୁଇରାଜ୍ୟର କୂଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳିଆ ଗଁାଗୁଡ଼ିକର ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଛି। ୨୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହିତ ୧୬୦ଟି ସ୍କୁଲକୁ ବାତ୍ୟା ପ୍ରଭାବିତ ଗାଁଗୁଡିକ ଲୋକଙ୍କୁ ରଖାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛନ୍ତି। ଆବଶ୍ୟକ ଖାଦ୍ୟ, ପାନୀୟ ଜଳ, ଜେନେରେଟର ମହଜୁଦ ରଖାଯାଇଛି ବୋଲି ସରକାରୀ ଅଧିକାରୀ ଜଣାଇଛନ୍ତି । ଅପରପକ୍ଷରେ ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳରେ ୪ଟି ଏନ୍‌ଡିଆର୍‌ଏଫ୍‌ କମ୍ପାନୀ ପହଞ୍ଚତ୍ ଉପକୂଳବାସୀଙ୍କୁ ସତର୍କ ହେବାକୁ ପ୍ରଚାର କରୁଛନ୍ତି । ରବିବାର ସକାଳ ସୁଦ୍ଧା ସମସ୍ତ ମାଛମରା ଟ୍ରଲର ଓ ଡଙ୍ଗା କୂଳରେ ପହଞ୍ଚତ୍ଛି l ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ସଜାଗ ରହିଛି ବୋଲି ଭୋଗରାଇ ତହସିଲଦାର ସୂଚନା ଦେଇଛନ୍ତି।

Share