ଉତ୍ତର ଗୋଲାର୍ଦ୍ଧରେ ଜୁଲାଇ ମାସରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହୋଇଥାଏ। ଉତ୍ତାପଜନିତ କାରଣରୁ ବ୍ୟତିବ୍ୟସ୍ତ ଲାଗିଥାଏ। ସତେଜତା ଅନୁଭବ ପାଇଁ ସମସ୍ତେ ବ୍ୟାକୁଳ ହୋଇ ଉଠନ୍ତି। ଏହି ପରିପ୍ରେକ୍ଷୀରେ ଜୁଲାଇ ମାସର ୪ର୍ଥ ଗୁରୁବାର(ଚଳିତ ବର୍ଷ ୨୨ତାରିଖ)କୁ ନାଶନାଲ ରିଫ୍ରେଶ୍ମେଣ୍ଟ ଡେ’ ଭାବେ ପାଳନ କରାଯାଉଛି। ଗରମ ଦିନେ ନିଜକୁ ରିଫ୍ରେଶ ବା ସତେଜ ରଖିବା ଲାଗି ଲୋକେ ଆଇସ୍ ଟି, କୋଲ୍ଡ ସୋଡ଼ା, କୋଲ୍ଡ ବିୟର ଭଳି ଥଣ୍ଡା ପାନୀୟ ସେବନ କରନ୍ତି। ଗ୍ରୀଷ୍ଣକାଳରେ କୋଲ୍ଡ ରିଫ୍ରେଶ୍ମେଣ୍ଟ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଟ୍ରାଭେଲର ବିୟର କମ୍ପାନୀ ୨୦୧୫ ରେ ପ୍ରଥମେ ଏହି ଦିବସ ପାଳନ ଲାଗି ଘୋଷଣା କରିଥିଲା। ଏହି ଆମେରିକୀୟ କମ୍ପାନୀ ପକ୍ଷରୁ ଏହାର ପରବର୍ଷ ଜୁଲାଇ ମାସର ୪ର୍ଥ ଗୁରୁବାର ଉକ୍ତ ଦିବସ ପାଳନ କରାଯାଇଥିଲା। ତେବେ ଥଣ୍ଡା ରିଫ୍ରେଶମେଣ୍ଟ କାଟେଗୋରୀରେ ବହୁ ଲୋକପ୍ରିୟ ପାନୀୟ ରହିଛି। କିନ୍ତୁ ବିୟର ଆଗରେ ସବୁ ଫିକା। ବିଶ୍ୱର ସବୁଠୁ ଲୋକପ୍ରିୟ ପାନୀୟ ତାଲିକାର ତୃତୀୟ ସ୍ଥାନରେ ରହିଛି ବିୟର। ଅର୍ଥାତ ଏହା ପାଣି ଓ ଚା’ ପଛକୁ ରହିଛି।