ଗାଈ ପେଟରୁ ୨୦ ଗ୍ରାମ୍‌ର ସୁନାଚେନ ବାହାର କରିବା ଲାଗି ହେଲା ଏପରି…

ବେଙ୍ଗାଲୁରୁ, ୧୬।୧୨: ଦୀପାବଳିରେ ଗାଈକୁ ପୂଜା କରିବା ସମୟରେ ଭୁଲରେ ଖାଦ୍ୟ ସହ ୨୦ ଗ୍ରାମର ସୁନା ଚେନ ପେଟକୁ ଚାଲିଯାଇଥିଲା। ଏଭଳି ଘଟଣା କର୍ନାଟକର ସିରସିରେ ଘଟିଛି। ଏନେଇ ମାଲିକଙ୍କ ଚିନ୍ତା ବଢ଼ିବାରେ ଲାଗିଲା। ୩୫ ଦିନ ପର୍ଯ୍ୟନ୍ତ ଗାଈକୁ ବାହାରକୁ ଛଡ଼ା ନ ଯାଇ ଘରେ ରଖି ଗୋବର ଯାଞ୍ଚ୍‌ କରାଗଲା। ତେବେ ସୁନା ଚେନର ପତ୍ତା ମିଳି ନ ଥିଲା। ଶେଷରେ ମାଲିକ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଗାଈର ପରୀକ୍ଷା ନିରୀକ୍ଷା କରାଗଲା। ଜଣାପଡ଼ିଲା ସୁନାଚେନ ଗାଈ ପେଟରେ ରହିଛି। ଚେନ୍‌ ନ ବାହାରିଲେ ଗାଈର ଜୀବନ ପ୍ରତି ବିପଦ ରହିଥିବା ଡାକ୍ତର କହିଥିଲେ। ତେଣୁ ତୁରନ୍ତ ଅପରେଶନ୍‌ କରି ଗାଈ ପେଟରୁ ଚେନ୍‌ ବାହାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ଅପରେଶନ କରାଯାଇ ଗାଈ ପେଟରୁ ସୁନାଚେନ ବାହାର କରାଯାଇଥିଲା। ତେବେ ସୁନାଚେନର ଓଜନ ୨୦ ଗ୍ରାମ ପରିବର୍ତ୍ତେ ୧୮ ଗ୍ରାମ ହୋଇଯାଇଥିବା ଜଣାପଡ଼ିଛି।
ସୁନାଚେନ ପାଇଁ ଗାଈକୁ ଏତେ କଷ୍ଟ ଭୋଗିବାକୁ ପଡ଼ିଥିବାଥିବାରୁ ମାଲିକଙ୍କ ପରିବାର ସଦସ୍ୟମାନେ ଦୁଃଖ ପ୍ରକାଶ କରିଛନ୍ତି।

Share