ଭୁବନେଶ୍ୱର,୩।୫(ବ୍ୟୁରୋ): ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର ସୁପାରିଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ପାଠକଙ୍କୁ ଗତବର୍ଷ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା। ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଉଭୟ ପାଠକ ବାପପୁଅ ବର୍ତ୍ତମାନ ଜେଲରେ ଅଛନ୍ତି।