କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏକ ସରଳ ଉପାୟର ଉପଯୋଗ କରିପାରନ୍ତି। ଏହା ମଧ୍ୟ ଆପଣଙ୍କ ହାତପାହାନ୍ତାରେ ରହିଛି ଏବଂ ତାହା ସହିତ ଆମେ ଓତପ୍ରତ ଭାବରେ ଜଡିତ। ତାହା ହେଲା ଖାଦ୍ୟ ଖାଇବା ଶୈଳୀ। ଜଣେ ବ୍ୟକ୍ତିର ଖାଇବା ଶୈଳୀ ଉପରେ ତାହାର କାର୍ଯ୍ୟଦକ୍ଷତା ଅନେକାଂଶରେ ନିର୍ଭର କରିଥାଏ ବୋଲି ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ଜାଣିପାରିଛନ୍ତି। ଏ ନେଇ ସେମାନଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଏପରି ରୋଚକ କଥା ଜଣାପଡିଛି। ଏହି ସମୟରେ ଯେଉଁମାନେ ଧୀର ଶାନ୍ତ ହୋଇ ଖାଉଥିଲେ ସେମାନେ ଅନ୍ୟମାନଙ୍କ ତୁଳନାରେ ନିଜ କାର୍ଯ୍ୟକୁ ବେଶ୍ ସୂଚାରୁ ରୂପେ ସମ୍ପାଦିତ କରିପାରୁଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।