ସ୍ମରଣ ଶକ୍ତି ବଢ଼ାଇବା ପାଇଁ…

ସ୍ମରଣ ଶକ୍ତି ଆମର କାର୍ଯ୍ୟଦକ୍ଷତାକୁ ଆହୁରି ତଥା ଅନେକାଂଶରେ ସକ୍ରିୟ କରାଇଥାଏ। ତେବେ ସ୍ମରଣ ଶକ୍ତି ବଢ଼ାଇବାର ସହଜ ଏବଂ ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ଅଣ୍ଡା ସାମିଲ କରନ୍ତି ତେବେ ତାହାର ଭଲ ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ସ୍ମରଣ ଶକ୍ତି ବଢ଼ାଇବାରେ ଅଣ୍ଡାର ଭୂମିକା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଏହାର କି ପ୍ରକାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡୁଛି ତାହାକୁ ସେମାନେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପୂର୍ବାପେକ୍ଷା ଆହୁରି ସକ୍ରିୟ ହେଉଥିବାର ଲକ୍ଷ୍ୟ କରାଯାଇଥିଲା। ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନଙ୍କ ମତରେ, ଅଣ୍ଡାରେ ଲ୍ୟୁଟିନ୍‌ ଏବଂ ଜେକ୍ସାଥିନ୍‌ ନାମକ ଦୁଇଟି ତତ୍ତ୍ୱ ରହିଛି, ଯାହା ସ୍ମରଣ ଶକ୍ତିକୁ ଆହୁରି ସକ୍ରିୟ କରିଥାଏ।