କରୋନାରୁ ଦୂରେଇ ରହିବା ଲାଗି ଲୋକେ ବୋଳି ହେଉଛନ୍ତି ଗୋବର-ଗୋମୂତ୍ର: ବିପଦ ଜନକ କହିଲେ ଡାକ୍ତର…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଲୋକ ସଂକ୍ରମରରୁ ଦୂରେଇ ରହିବା ପାଇଁ ଗୋବର-ଗୋମୂତ୍ର ବୋଳି ହେଉଛନ୍ତି। ଏହା ସହିତ ଗୋମୂତ୍ର ପାନ ମଧ୍ୟ କରୁଛନ୍ତି। ଏଭଳି ପ୍ରକ୍ରିୟାକୁ ଡାକ୍ତରମାନେ ବିପଦ ଜନକ ବୋଲି କହିଛନ୍ତି। ଏଭଳି ନ କରିବାକୁ ଡାକ୍ତରମାନେ ଲଗାତାର ପରାମର୍ଶ ଦେଉଛନ୍ତି। ଏକ ଫାର୍ମା କମ୍ପାନୀର ସହକାରୀ ମ୍ୟାନେଜର ଗୌତମ ମଣିଲାଲ ବୋରିସାଙ୍କ ଅନୁସାରେ ଗୋଶାଳାକୁ ବହୁ ଡାକ୍ତର ମଧ୍ୟ ଆସୁଛନ୍ତି। ସେମାନେ ମଧ୍ୟ ଏଭଳି କରୁଛନ୍ତି। ଶ୍ରୀ ସ୍ବାମୀ ନାରୟଣ ଗୁରୁକୁଳ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠାନମ୍‌ରେ ଏଭଳି ଥେରାପିର ପ୍ରୟୋଗ କରାଯାଉଛି। ଏନେଇ ଭାରତୀୟ ମେଡ଼ିକାଲ ଆସୋସିଏଶନ୍‌ର ଜାତୀୟ ସଭାପତି ଡାକ୍ତର ଜେ.ଏ. ଜୟଲାଲ୍‌ କହିଛନ୍ତି ଯେ, ଏଭଳି କରିବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାର କୌଣସି ଦୃଢ଼ ପ୍ରମାଣ ନାହିଁ। ଲୋକେ ଆସ୍ଥା ଏବଂ ବିଶ୍ୱାସ ଅଧାରରେ ଏଭଳି କରୁଛନ୍ତି। ମାତ୍ର ଏହା ଦ୍ୱାରା ପ୍ରାଣୀଙ୍କଠାରେ ଥିବା ରୋଗ ମଣିଷକୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି।

Share