Categories: ଫୁରସତ

ଶୈତାନ ପରି ଦେଖାଯିବା ପାଇଁ…

ନିଜକୁ ସେ ଅର୍କ କହନ୍ତି, ଯେ କି ଏକ ଦୈତ୍ୟାକାର କାଳ୍ପନିକ ଚରିତ୍ର। ସେ ହେଉଛନ୍ତି ମାଟୋ ଗ୍ରୋସୋ ଦୁ ସୁଲ। ବ୍ରାଜିଲର ଇଗୁଆଟେମୀରେ ରୁହନ୍ତି। ପେସାରେ ସେ ଟାଟୁ ଆର୍ଟିଷ୍ଟ। ମାଟୋ ଶରୀରରେ ପ୍ରଥମ ଟାଟୁ ୧୫ ବର୍ଷ ବୟସରେ କରିଥିଲେ। ସେବେଠାରୁ ଟାଟୁ କରିବା ଓ ବଡି ମୋଡିଫିକେସନ୍‌ କରାଇବା ନିଶା ତାଙ୍କ ମନରେ ଘର କରିଯାଇଥିଲା। ଏବେ ତାଙ୍କୁ ୪୧ ବର୍ଷ ବୟସ। ତାଙ୍କ ଶରୀରର ୮୦ ପ୍ରତିଶତ ଟାଟୁମୟ। କେବଳ ସେତିକି ନୁହେଁ, ଜିଭକୁ ଦୁଇ ଫାଳ କରାଇଛନ୍ତି, କାନକୁ କାଟିଛନ୍ତି, ଆଖିକୁ ସମ୍ପୂର୍ଣ୍ଣ କଳା ବି କରାଇଛନ୍ତି। ତେବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ ତାଙ୍କ ପାଟି। କାରଣ ତଳ ଦାନ୍ତରେ ସେ ପ୍ରତିରୋପଣ କରିଛନ୍ତି ହାତୀ ପରି ଦୁଇଟି ବଡ଼ ବଡ଼ ଦାନ୍ତ। ଯେମିତି କି ସେ କାଳ୍ପନିକ ଚରିତ୍ର ଶୈତାନ ଅର୍କ ପରି ଦେଖାଯିବେ। ଏଥିପାଇଁ ସେ ୩୦,୦୦୦ ଟଙ୍କା ଖର୍ଚ୍ଚ
କରିଛନ୍ତି। ମାଟୋଙ୍କ ମୁହଁ ଏବେ ପୂରାପୂରି ଭୟଙ୍କର ଶୈତାନ ପରି ଲାଗୁଛି। ଏହି ଚେହେରାକୁ ନେଇ ସେ ସମ୍ପୂର୍ଣ୍ଣ ଖୁସି ଥିବାବେଳେ ତାଙ୍କ ସାଙ୍ଗସାଥୀ ଓ ପରିବାର ଏହାକୁ ଗ୍ରହଣ କରୁନାହାନ୍ତି। ହେଲେ ଏଥିପାଇଁ ସେ ନିଜ ଫ୍ୟାଶନ୍‌କୁ ଛାଡିବାକୁ ପ୍ରସ୍ତୁତ ନୁହନ୍ତି।

Share