Categories: ଖେଳ

ଚାନ୍ନୁଙ୍କୁ ଆଜୀବନ ପିଜା ଯୋଗାଇବ ଡୋମିନସ

ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ଭାରୋତ୍ତୋଳିକା ମୀରାବାଇ ଚାନ୍ନୁ। ଏଥିସହ ଭାରୋତ୍ତୋଳନ ଇଭେଣ୍ଟରେ ଭାରତର ୨୧ ବର୍ଷର ଅଲିମ୍ପିକ୍‌ ପଦକ ଆଶା ଶେଷ ହୋଇଛି। ଅନେକ ବଳିଦାନ ପରେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଥିବା ଚାନ୍ନୁ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଲଗାତାର ଟ୍ରେନିଂ ଓ ନିଜକୁ ଫିଟ୍‌ ରଖିବା ପାଇଁ ଫେଭରାଇଟ୍‌ ଖାଦ୍ୟ ଛାଡ଼ିବାକୁ ପଡ଼ିଥିଲା।

“ପ୍ରଥମେ ମୁଁ ପିଜା ଖାଇବି। ବହୁ ଦିନ ହେଲା ମୁଁ ପିଜା ଖାଇନି। ଦୀର୍ଘ ଦିନ ହେଲା ଏହି ଦିନକୁ ମୁଁ ଅପେକ୍ଷା କରିଥିଲି। ଏଣୁ ପ୍ରଥମେ ପିଜା” ବୋଲି ଚାନ୍ନୁ କହିଛନ୍ତି।

ଏ ସମ୍ପର୍କରେ ଅବଗତ ହେବା ପରେ ଚାନ୍ନୁଙ୍କୁ ଆଜୀବନ ମାଗଣାରେ ପିଜା ଯୋଗାଇବାକୁ ପ୍ରସ୍ତାବ ଦେଇଛି ଲୋକପ୍ରିୟ ପିଜା ରେଷ୍ଟୁରାଣ୍ଟ ଡୋମିନ୍‌ସ। “ଆପଣ କହିଲେ, ଆଉ ଆମେ ଶୁଣିନେଲୁ। ଆମେ ଚାହୁଁନୁ ତୁମେ ପିଜା ପାଇଁ ଅପେକ୍ଷା କର। ଏଣୁ ଆମେ ଆଜୀବନ ପାଇଁ ମାଗଣାରେ ତୁମକୁ ପିଜା ଯୋଗାଇବୁ” ବୋଲି ଡୋନିନ୍‌ସ ଇଣ୍ଡିଆ ପକ୍ଷରୁ ଟୁଇଟ୍‌ କରାଯାଇଛି।