Categories: ଜାତୀୟ

ଏଲ୍‌ଏସିର ୬-୭ ଅଞ୍ଚଳରେ କବ୍‌ଜା: ସେନାକୁ ନିର୍ଦ୍ଦେଶ ଦେଇଥିଲେ ସରକାର

ନୂଆଦିଲ୍ଲୀ,୮।୧୨: ପୂର୍ବ ଲଦାଖରେ ଭାରତ ଚାଇନା ସୀମାରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଲଗାତାର ଉତ୍ତେଜନା ବଢୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନିଦ୍ଦେର୍ଶ ମେ’ ମାସରେ ଜାରି କରାଯାଇଥିଲା। ନିର୍ଦ୍ଦେଶରେ ଭାରତ ସରକାର ଏଲ୍‌ଏସିର ୬-୭ ଉତ୍ତେଜନା ପ୍ରବଣ ଅଞ୍ଚଳକୁ ନିଜ କବ୍‌ଜାକୁ ଆଣିବା ଲାଗି କୁହାଯାଇଥିଲା। ନିର୍ଦ୍ଦେଶ ପରେ ଭାରତୀୟ ସେନା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଗଷ୍ଟ ଶେଷରେ ଭାରତୀୟ ସେନା ମୁଖପରି, ରୋଜାଙ୍ଗ୍‌ ଲା, ରେଚିନ୍‌ ଲା, ଗୁରଙ୍ଗ ହିଲ୍‌ ଏବଂ ପୋଙ୍ଗାଙ୍ଗ୍‌ ହ୍ରଦର ଦକ୍ଷିଣ ଅଞ୍ଚଳର କେତେକ ସ୍ଥାନକୁ ନିଜ ଅଧିକାରକୁ ଆଣିଥିଲେ। ଭାରତୀୟ ସେନାର ବୀରତ୍ୱ ସମ୍ମୁଖରେ ହାର୍‌ ମାନି ଚାଇନା ସୈନ୍ୟ ବାହିନୀ ପଛଘୁଞ୍ଚା ଦେଇଥିଲେ। ପୂର୍ବରୁ ଫିଙ୍ଗର-୪ ଏବଂ ଫିଙ୍ଗର-୮ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ ହଟାଇବା ଲାଗି ଚାଇନା ଚାହୁଁଥିଲା। ମାତ୍ର ଏବେ ଏପରି କରିବାକୁ ଚାଇନା ଚାହୁଁ ନାହିଁ।

Share