Categories: ଜାତୀୟ

୨୫ କିଲୋମିଟର ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରି ବିବାଦରେ ଚନ୍ନି

ଚଣ୍ଡିଗଡ଼,୭ ।୧୦: ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସମସ୍ତଙ୍କ ନଜରରେ ଥିବା ବେଳେ ହଠାତ୍ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି । ଫଳ ସ୍ୱରୂପ ଏହାର ସଫେଇ ଦେବାକୁ ପଡିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ । ନିକଟରେ ଚନ୍ନି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର ଥିଲା । ଦିଲ୍ଲୀ ଯିବାପାଇଁ ପ୍ରଥମେ ସେ ମୋହାଲି ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଦିଲ୍ଲୀ ଗସ୍ତ କରିଥାଆନ୍ତେ । ତେବେ ମୋହାଲି ବିମାନ ବନ୍ଦର ଯିବାକୁ ଚନ୍ନି ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ । ତାଙ୍କ ଘର ନିକଟରୁ ମୋହାଲି ବିମାନ ବନ୍ଦର ମାତ୍ର ୨୫ କିଲୋମିଟର ହୋଇଥିବା ବେଳେ ସେ କାହିଁକି ସରକାରୀ ହେଲିକପ୍ଟର ବ୍ୟବହାର କରିଛନ୍ତି ବୋଲି ବିରୋଧି ପ୍ରଶ୍ନ କରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି କି ଚନ୍ନିଙ୍କ ପାଖରେ ସମୟ କମ୍ ଥିଲା ଓ ସେ ଚାର୍ଟଡ ପ୍ଲେନରେ ଗସ୍ତ କରିବାର ଥିବାରୁ ତାଙ୍କ ଘର ନିକଟରେ ଥିବା ରାଜିନ୍ଦର ପାର୍କରୁ ସରକାରୀ ହେଲିକପ୍ଟର ନେଇ ମୋହାଲି ଅନ୍ତର୍ଜାତୀୟ ବିମାନ ବନ୍ଦର ଯାତ୍ରା କରିଥିଲେ ।

Share