Categories: ଜାତୀୟ

କଂଗ୍ରେସ ସରକାର କ୍ଷମତାକୁ ଫେରିବା ପାଇଁ ଶ୍ମଶାନରେ ତନ୍ତ୍ର ସାଧନା, ରହିଛି କମଲନାଥଙ୍କ ଫଟୋ, ସୋସିଆଲ ମିଡ଼ିଆରେ ଭାଇରାଲ…

ଉଜ୍ଜୟନୀ,୧୯।୧୦ : ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ଏବଂ କ୍ଷମତାକୁ ଫେରିବା ପାଇଁ ନବରାତ୍ରୀରେ ଚକ୍ରତୀର୍ଥ ଶ୍ମଶାନରେ ତନ୍ତ ସାଧନା କରାଯାଉଛି। ତାନ୍ତ୍ରିକ ଭୟୁ ମହାରାଜ କହିଛନ୍ତି ଉଜ୍ଜୟନୀରେ କରାଯାଇଥିବା ତନ୍ତ୍ର ସାଧନା ଶୀଘ୍ର ଫଳାଫଳ ଦେଇଥାଏ, ସେଥିପାଇଁ ଲୋକମାନେ ତନ୍ତ୍ର ସାଧନା ପାଇଁ ଏଠାକୁ ଆସିଥାନ୍ତି ।

ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କର ବିଜୟ ପାଇଁ ତଥା ସରକାର ଗଠନ ହେବା ପରେ ମନ୍ତ୍ରୀ ପଦ ପାଇବା ଲାଗି ତାନ୍ତ୍ରିକ ପ୍ରୟୋଗ କରୁଛନ୍ତି। ରାଜ୍ୟରେ କଂଗ୍ରେସର ବିଜୟ ପାଇଁ କିଛି ଲୋକ ସାଧନା କରୁଛନ୍ତି। ତେଣୁ ରାଜ୍ୟ କଂଗ୍ରେସ ମୁଖ୍ୟ କମଲ ନାଥଙ୍କ ଚିତ୍ର ରଖି ସାଧନା କରାଯାଉଛି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ଅପରାଧୀଙ୍କ ଉପରେ କଟକଣା ଜାରି କରିଛି। ଆଚରଣ ସଂହିତାକୁ ଦୃଷ୍ଟିରେ ରଖି ଚିମନଗଞ୍ଜ ପୋଲିସ ୧୩୪ ଅପରାଧୀଙ୍କୁ ଓ୍ବାଣ୍ଡ ଓଭର କରିଛି।

ଟି ଆଇ ଆନନ୍ଦ ତିୱାରୀଙ୍କ ଅନୁଯାୟୀ ଆନନ୍ଦ ତିୱାରୀଙ୍କ ଅନୁଯାୟୀ ସମସ୍ତଙ୍କୁ ଗୋଟିଏ ବର୍ଷ ପାଇଁ ୫୦ ହଜାର ଟଙ୍କାର ବଣ୍ଡ ଦେବାକୁ କୁହାଯାଇଛି। ଯଦି ଏହି ସମୟ ମଧ୍ୟରେ ଅପରାଧୀମାନେ କୌଣସି ଅପରାଧ କରନ୍ତି, ତେବେ ସେମାନଙ୍କର ଟଙ୍କା ଜବତ ହେବା ସହିତ ସେମାନଙ୍କୁ ଜେଲକୁ ପଠାଯିବ।

Share