Categories: ଫୁରସତ

ବିଷଧର ସାପର ଜୀବନ ବଞ୍ଚାଇବା ପାଇଁ ପୋଲିସ ବାବୁ କଲେ ଏମିତି କାମ..ଭିଡିଓ ଦେଖିଲେ ଉଡିଯିବ ହୋସ୍‌

ମଧ୍ୟପ୍ରଦେଶର ନର୍ମଦାପୁରମର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଠାରେ ଜଣେ ପୋଲିସ ବାବୁ ପାଟିରେ ଅମ୍ଳଜାନ ଦେଇ ସାପକୁ ବଞ୍ଚାଉଥିବା ଦେଖାଯାଇଛି। ସେମରି ହରଚଣ୍ଡର ଟାୱା କଲୋନୀରେ ସାପର ଉପସ୍ଥିତି ବିଷୟରେ ପୋଲିସ ଅଧିକାରୀ ଅତୁଲ ଶର୍ମା ସୂଚନା ପାଇଥିଲେ।

ଅତୁଲ ଶର୍ମା ଜାଣିବାକୁ ପାଇଲେ ଯେ ସାପଟି ପାଣି ପାଇପଲାଇନରେ ଅଛି, ଏହାକୁ ହଟାଇବା ପାଇଁ ଲୋକମାନେ କୀଟନାଶକକୁ ପାଣିରେ ମିଶାଇ ପାଇପଲାଇନରେ ରଖିଥିଲେ, ଯାହା ପରେ ସାପ ଚେତାଶୂନ୍ୟ ହୋଇଯାଇଥିଲା। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ସାପ ଚେତାଶୂନ୍ୟ ଅବସ୍ଥାରେ ଅଛି, ଯାହାକୁ ପୋଲିସ ଉଠାଇ ନେଇଛନ୍ତି ଏବଂ ପରେ ତା’ ପାଟିରେ ମୁହଁ ରଖି ସିପିଆର ଦେବା ଆରମ୍ଭ କରିଛନ୍ତି।ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଅନେକ ଲୋକ ଏହି ଭିଡିଓ ଶେୟାର କରିଛନ୍ତି । ଗୋଟିଏ ପଟେ ଏହି ଭିଡିଓ ଦେଖିବା ପରେ କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥି ସହିତ କିଛି ଲୋକ ପୋଲିସର ସାହସକୁ ପ୍ରଶଂସା କରୁଛନ୍ତି।
୨୦୦୮ରୁ ଅତୁଲ ପ୍ରାୟ ୫୦୦ ସାପକୁ ଉଦ୍ଧାର କରିଛନ୍ତି। ଡିସକଭରୀ ଚ୍ୟାନେଲ ଦେଖି ସାପକୁ କିପରି ଉଦ୍ଧାର କରାଯିବ ତାହା ଅତୁଲ ଶିଖିଛନ୍ତି।

 

Share