ସାରା ବିଶ୍ୱରେ କରୋନା କାୟା ଜାରି ରହିଛି। ଏଥିରେ ସଂକ୍ରମିତ ହୋଇ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି କରୋନାରେ ପୀଡ଼ିତ ହେଲେ ମୃତ୍ୟୁ ସମ୍ଭାବନା ଅଧିକ ଥିବା ଡାକ୍ତର ତଥା ବିଶେଷଜ୍ଞମାନେ ମତ ରଖୁଛନ୍ତି। ଏସବୁ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗ ଭରପୁର ଭିଟାମିନ୍ ଥିବା ଖାଦ୍ୟ ଖାଇବା ଆବଶ୍ୟକ। ଏହାଛଡ଼ା କାଢ଼ା ମଧ୍ୟ ପିଇପାରିବେ। ଲବଙ୍ଗ ଏବଂ ଗୁଜରାତି ପକାଯାଇ ପ୍ରସ୍ତୁତ ହୋଇଥିବା କାଢ଼ା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ କରିବାରେ ସହାୟକ ହୋଇଥାଏ। ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି ଏବଂ ସେବନ ପ୍ରଣାଳୀ:
କାଢ଼ା ପ୍ରସ୍ତୁତ ପାଇଁ ସାମଗ୍ରୀ:
-ଏକ ଚାମଚ ଗୋଲମରିଚ
-ଏକ ଚାମଚ ଲବଙ୍ଗ
-ଗୋଟିଏରୁ ଦୁଇଟି ଗୁଜରାତି
– ୨ ରୁ ୩ କିସ୍ମିସ
-ଡାଲଚିନି ଖଣ୍ଡ
-୭-୮ ତୁଳସୀ ପତ୍ର
-୨ରୁ ୩ ହଳଦୀ ଖଣ୍ଡ
କିପରି ପ୍ରସ୍ତୁତ କରିବେ: ପ୍ରଥମେ ଗୋଲମରିଚ, ଲବଙ୍ଗ, ଗୁଜରାତି, କିସ୍ମିସ୍, ଡାଲଚିନି ଏବଂ ହଳଦୀକୁ ଗରମ କରି ନିଅନ୍ତୁ। ପ୍ୟାନ୍ରେ ପାଣି ଗରମ କରି ଫୁଟାନ୍ତୁ। ଏହାପରେ ଗୁଣ୍ଡ ପାଉଡରକୁ ପକାଇ ୧୫ରୁ ୨୦ ମିନିଟ୍ ଫୁଟାନ୍ତୁ। ଏହା ହୋଇଯିବା ପରେ କାଢ଼ି ଛାଣି ଦିଅନ୍ତୁ। ହାଲ୍କା ଥଣ୍ଡା ହେବା ପରେ ପିଅନ୍ତୁ।
କେବେ ପିଇବେ କାଢ଼ା: ପ୍ରତ୍ୟେହ ସକାଳେ ଖାଲି ପେଟରେ କାଢ଼ା ପିଅନ୍ତୁ। ଏହାଛଡ଼ା ଖାଇବା ପରେ ମଧ୍ୟ ଏହାକୁ ପିଇପାରିବେ। ୨ ରୁ ୩ ଥର ପିଇବା ଦ୍ୱାରା ଶରୀର ମଜଭୂତ ହୋଇଥାଏ।
ଅନ୍ୟ ଉପାୟ:
-ଭିଟାମିନ୍ ଡି ଥିବା ଫଳ ସେବନ କରିପାରିବେ।
-ଦହି ଖାଇପାରିବେ।
-କ୍ଷୀର-ପନିର ଖାଇପାରିବେ।
-ରସୁଣ, ଅଶ୍ୱଗନ୍ଧା, ଅଦା ଖାଇପାରିବେ।
-ମହୁ ଅଥବା ତୁଳସୀ ପାଣି ପିଇପାରିବେ।