Categories: ଜାତୀୟ

ବିଷ୍ଣୋଇଙ୍କୁ ହାଜତକୁ ନେବା ଲାଗି ପଞ୍ଜାବ ପୋଲିସକୁ ଅନୁମତି

ନୂଆଦିଲ୍ଲୀ,୧୫ା୬: ପଞ୍ଜାବୀ ଗାୟକ ସିଦ୍ଧୁ ମୂସେଓ୍ବାଲା ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ହାଜତକୁ ନେବା ଲାଗି ପଞ୍ଜାବ ପୋଲିସକୁ କୋର୍ଟ ଅନୁମତି ଦେଇଛନ୍ତି। ଦିଲ୍ଲୀର ତିହାର ଜେଲରେ ଥିବା ବିଷ୍ଣୋଇଙ୍କୁ ପଞ୍ଜାବ ଆଣିବା ପାଇଁ ୨ଟି ବୁଲେଟପ୍ରୁଫ୍‌ କାର, ୫୦ ଜଣିଆ ପୋଲିସ ଟିମ୍‌ ଓ ୧୨ଟି ଗାଡ଼ିକୁ ନିୟୋଜିତ କରାଯାଇଛି। ସମସ୍ତ ରୁଟ୍‌ର ଭିଡିଓଗ୍ରାଫ କରାଯିବ। ଗ୍ୟାଙ୍ଗଷ୍ଟରଙ୍କ ସୁରକ୍ଷାର ସମସ୍ତ ଦାୟିତ୍ୱ ପଞ୍ଜାବ ପୋଲିସ ନେବ ବୋଲି ଆଡଭୋକେଟ ଜେନେରାଲ ଅନମୋଲ ରତନ ସିଦ୍ଧୁ ପଟିଆଲ ହାଉସ୍‌ କୋର୍ଟର ମାଜିଷ୍ଟ୍ରେଟ୍‌ଙ୍କୁ ଜଣାଇବା ପରେ ତାଙ୍କୁ ପୋଲିସ ହେପାଜତରେ ଛାଡ଼ିବା ପାଇଁ ଅନୁମତି ମିଳିଛି।

Share