କେନ୍ଦ୍ରାପଡ଼ା ଅଫିସ,୮।୨: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଗୋବିନ୍ଦପୁର ଗଁାର ଅମୂଲ୍ୟ ରାଉତଙ୍କ ପୁଅ ପରମେଶ୍ୱର (୨୮) ରାଜ୍ୟପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ସୋମବାର ଆବେଦନପତ୍ର ପଠାଇଛନ୍ତି। ଏକ ଘରୋଇ ହସ୍ପିଟାଲର ଚିକିତ୍ସା ପାଇଁ ତାଙ୍କର ଜୀବନ ଦୁର୍ବିଷହ ହୋଇଥିବା େଇପାରି ଆବେଦନପତ୍ରରେ ଦର୍ଶାଇଛନ୍ତି। ଆର୍ଥିକ ଶୋଷଣ ପରେ ଭୁଲ୍ ଚିକିତ୍ସା କରିଥିବାରୁ ଏତ୍ପାଦ ନେଇ ଭୁବନେଶ୍ୱରସ୍ଥିତ ଭରତପୁର ଥାନା, ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ହେଲେ ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ମାନସିକ ଅଶାନ୍ତି ବଢୁଛି। ଶଯ୍ୟାଶାୟୀ ହୋଇ ରହିବାକୁ ଇଚ୍ଛା ନ ଥିବା ଏଥିରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ବାପା ଅମୂଲ୍ୟ କହିଛନ୍ତି, ୨୦୨୧ ମେ ୧୬ରେ ପରମେଶ୍ୱର ପାହାଚରୁ ତଳେ ପଡ଼ିବାରୁ ଗୋଡ଼ରେ ଯନ୍ତ୍ରଣା ହୋଇଥିଲା। ୧୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନେବା ପରେ ଡାକ୍ତରମାନେ ଏମ୍ଆର୍ଆଇ ପାଇଁ ପରାମର୍ଶ ଦେଇଥିଲେ। ନିକଟସ୍ଥ ଏହ ହସ୍ପିଟାଲରୁ ଟେଷ୍ଟ ପରେ ଆଣ୍ଠୁରେ ଆଣ୍ଟେରିଅର କ୍ରୁସିଏଟ ଲିଗାମେଣ୍ଟ (ଏସିଏଲ୍) ଅପରେଶନ ଆବଶ୍ୟକ ବୋଲି କୁହାଯାଇଥିଲା। ୨ ରିପୋର୍ଟ ସହ ହସ୍ପିଟାଲରେ ଆଡମିଶନ ପରେ କର୍ତ୍ତୃପକ୍ଷ ରିପୋର୍ଟ ଭୁଲ୍ ଦର୍ଶାଇଥିଲେ। ଏପରିକି ଏସିଏଲ୍ ସହିତ ମେଡିଆଲ କୋଲାଟେରାଲ ଲିଗାମେଣ୍ଟ ଅପରେଶନ ହେବ ବୋଲି ଡାକ୍ତର ପରୀକ୍ଷା ପରେ କହିଥିଲେ। ଏଥିପାଇଁ ଆବଶ୍ୟକ ଟଙ୍କା ନେଇ ଅପରେଶନ କରିଥିଲେ ମଧ୍ୟ ଜଂଘରୁ ଏକ ପିନ୍ ବାହାର କରାଯାଇ ନ ଥିଲା। ପିନ୍ ପାଇଁ ଯନ୍ତ୍ରଣା ହେବାରୁ ଅନ୍ୟ ହସ୍ପିଟାଲରେ ପରାମର୍ଶ ପରେ ବାହାର କରାଯାଇଛି। ପରମ୍ବେଶ୍ୱର ଏବେବି ଚାଲିବୁଲି ପାରୁନାହାନ୍ତି।