ଛାତ୍ରୀଙ୍କୁ ଅପହରଣ

ଗଣିଆ,୧।୧୨(ଡି.ଏନ୍‌.ଏ.): କଲେଜ ଗେଟ୍‌ର ଅନତି ଦୂରରେ ଘଟିଛି ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏମିତି ଘଟଣା ଘଟିଛି ନୟାଗଡ଼ ଜିଲା ଗଣିଆ କଲେଜ ଗେଟଠାରୁ ଅନତି ଦୂରରେ।
ଦୁଇ ଜଣ ଛାତ୍ରୀ ଅପହରଣ ହୋଇଥିବା ନେଇ ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପିଲାମାନେ କ୍ଲାସ ଛାଡ଼ି କଲେଜ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ। ଅପହରଣ କରିଥିବା ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଥିଲେ। ଶେଷରେ ଖବର ଯାଇ ପହଞ୍ଚିଲା ଥାନାରେ। ପୋଲିସ କଲେଜରେ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲା। ମାତ୍ର ଛାତ୍ରୀଛାତ୍ରମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରେ ଗଣିଆ ତହସିଲଦାର କଲେଜରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।

Share