ବ୍ରହ୍ମପୁର ଅଫିସ,୨।୯: ଏଡିଜେ-୨ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଏକ ଯୌତୁକ ଜନିତ ହତ୍ୟା ମାମଲାର ଶୁଣାଣି କରଛନ୍ତି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସୁଶାନ୍ତ ବିଷୋୟୀଙ୍କୁ ଆଜୀବନ କାରାଦଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣିଛନ୍ତି।
୨୦୧୬ରେ ପାଟପୁର ଥାନା ଅନ୍ତର୍ଗତ କଙ୍କରଡା ଗ୍ରାମର ସୁଶାନ୍ତ ତାଙ୍କ ସ୍ତ୍ରୀ ସଙ୍ଗିତା ବିଷୋୟୀଙ୍କୁ ଅଧିକ ଯୌତୁକ ଦାବିରେ ଦେହରେ କିରାସିନି ଢାଳି ହତ୍ୟା କରିଥିଲେ। ଯାହାକି ସେ ପୋଲିସକୁ ତାଙ୍କ ମୃତ୍ୟୁ କାଳୀନ ଜମାନବନ୍ଦି ବେଳେ ସୂଚନା ଦେଇଥିଲେ। ପୋଲିସ ମାମଲା ନମ୍ବର ୨୧୪/୧୬ରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଗିରଫ ପରେ ସେ ବ୍ରହ୍ମପୁର ଜେଲରେ ୟୁଟିପି ଭାବେ ଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇଥିଲା।