ଏହି ଅଭିନେତାଙ୍କୁ ନିର୍ଦ୍ଦେଶକ କହିଥିଲେ କେବେ ହୋଇପାରିବନି ଷ୍ଟାର, ପୂରା ଘଟଣା ଜାଣିଲେ…

ଅନିଲ କପୁରଙ୍କୁ ବଲିଉଡ୍‌ର ଏଭରଗ୍ରିନ୍‌ ତାରକା କୁହାଯାଏ। ଅନିଲ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ଫିଟ୍‌ନେସ୍‌ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ସେ ୧୯୮୩ ମସିହାରେ ଫିଲ୍ମ ‘ୱୋ ସାତ ଦିନ’ ସହିତ ଡେବ୍ୟୁ କରିଥିଲେ। ଏହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ପରେ ଅମିତାଭ ବଚ୍ଚନଙ୍କ ସହ ଅନିଲ କପୁରଙ୍କ ତୁଳନା ଆରମ୍ଭ ହୋଇଥିଲା।

କିନ୍ତୁ ଏକଦା ତାଙ୍କୁ ନିର୍ଦ୍ଦେଶକ ମନମୋହନ ଦେଶାଇ କହିଥିଲେ, ତୁମେ କେବେ ଅଭିନେତା ହୋଇ ପାରିବ ନାହିଁ। ଏକ ସାକ୍ଷାତକାରରେ ଅନିଲ କପୁର କହିଥିଲେ, ମନମୋହନ କହିଥିଲେ, ତମେ ଜଣେ ଅଭିନେତା ହୋଇଥିବ କିନ୍ତୁ କଦାପି ଷ୍ଟାର ହୋଇପାରିବ ନାହିଁ। ସେ ଏପରି କହିବାର କାରଣ ମୋର ନିଶ ଥିଲା । ସେହି ସମୟରେ ମୋର କ୍ୟାରିଅର୍‌ ଆରମ୍ଭ ହୋଇଥିଲା । ସାର୍‌, ଆପଣଙ୍କ କଥା ମୋତେ ଆଘାତ ଦେଇଛି ବୋଲି ସେ କହିଥିବା ମଧ୍ୟ କହିଥିଲେ।

Share