ଟିକିମୋହିନୀଙ୍କୁ ଦୁଇଟି ସ୍ବର୍ଣ୍ଣ

ଭୁବନେଶ୍ୱର, ୧୪।୭(ସରୋଜ ଜେନା): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜୋନାଲ ଲିଗ୍‌ରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଛି। ତୃତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ସହ ମୋଟ ୮ ପଦକ ହାସଲ କରିଛନ୍ତି। ଶନିବାର ଟିକିମୋହିନୀ ମଲିକ ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମଗନ୍ତି କୀର୍ତ୍ତି, ପ୍ରତିଭାରାଣୀ ପାତ୍ର ଗୋଟିଏ ଲେଖାଏ ସ୍ବର୍ଣ୍ଣ ଜିତିଥିବା ବେଳେ ରୋମାଲି ପ୍ରଧାନ, ପ୍ରତିଭାରାଣୀ ପାତ୍ର ଗୋଟିଏ ଲେଖାଏ ରୌପ୍ୟ ଓ ଅପରାଜିତା ଭୂୟାଁ , ଶ୍ୱେତାଲିନା ନାୟକ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଜିତିଛନ୍ତି। ତୃତୀୟ ଦିନର ଖେଳ ଶେଷ ହେବା ସୁଦ୍ଧା ଓଡ଼ିଶାର ପଦକ ସଂଖ୍ୟା ୨୩ରେ ପହଞ୍ଚିଛି।
ସିନିୟର ୭୬ କିଗ୍ରା ଓଜନ ବର୍ଗରେ ଓଡ଼ିଶାର ମଗନ୍ତି କୀର୍ତ୍ତି ମୋଟ ୧୭୫(୭୭+୯୬) କିଗ୍ରା ଓଜନ ଉଠାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବିହାରର ଶାଲିନୀ କୁମାରୀ ୧୭୪(୭୮+୯୬) କିଗ୍ରା ଓ ଛତିଶଗଡର ତାନିୟା ବାନାର୍ଜୀ୧୫୦(୬୬+୮୪)କିଗ୍ରାର ଭାରୋତ୍ତୋଳନ କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ୭୬ କିଗ୍ରା ୟୁଥ୍‌ ବର୍ଗରେ ଓଡ଼ିଶାର ପ୍ରତିଭାରାଣୀ ପାତ୍ର ୧୩୫(୬୨+୭୩) କିଗ୍ରା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ମିଜୋରାମର ସିଣ୍ଡି ଲାଲପାମାଓ୍ବାଲି ୧୧୮(୫୩+୬୫) ଓ ଛତିଶଗଡର ରିଶିକା କଶ୍ୟପ ୧୦୩(୪୨+୬୧) କିଗ୍ରାର ଭାରୋତ୍ତୋଳନ କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୭୬ କିଗ୍ରା ଜୁନିୟର ବର୍ଗରେ ଓଡ଼ିଶାର ପ୍ରତିଭାରାଣୀ ପାତ୍ର ୧୩୫(୬୨+୭୩) କିଗ୍ରା ସହ ରୌପ୍ୟ ପଦକ ଜିତିଥିଲେ। ବିହାରର ଶାଲିନୀ କୁମାରୀ ୧୭୪(୭୮+୯୬) କିଗ୍ରା ସହ ସ୍ବର୍ଣ୍ଣ ଓ ମିଜୋରାମର ସିଣ୍ଡି ଲାଲପାମାଓ୍ବାଲି ୧୧୮(୫୩+୬୫) କିଗ୍ରା ଭାରୋତ୍ତୋଳନ କରି ବ୍ରୋଞ୍ଜ ଜିତିଛନ୍ତି।
ସିନିୟର ୬୪ କିଗ୍ରା ଓଜନ ବର୍ଗରେ ଓଡ଼ିଶାର ଅପରାଜିତା ଭୂୟାଁ ୧୭୧(୭୬+୯୫) କିଗ୍ରାର ଓଜନ ଉଠାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ପଶ୍ଚିମବଙ୍ଗର ସୁକର୍ଣ୍ଣା ଆଡକ ୧୮୨(୮୧+୧୦୧) ଓ ଛତିଶଗଡର ସୋନାଲି ୟାଡୁ ୧୭୨(୭୮+୯୪) କିଗ୍ରାର ଓଜନ ଉଠାଇ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଜୁନିୟର ୬୪ କିଗ୍ରା ଓଜନ ବର୍ଗରେ ଓଡ଼ିଶାର ଟିକି ମୋହିନୀ ମଲିକ ୧୬୬(୭୩+୯୩) କିଗ୍ରା ଓ ରୋମିଲା ପ୍ରଧାନ ୧୪୭ (୬୩+୮୪) କିଗ୍ରା ସହ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଛତିଶଗଡର ଦାମିନୀ ସିହ୍ନା ୧୪୨(୬୬+୭୬) ସହ ତୃତୀୟ ସ୍ଥାନରେ ରହିଥିଲେ। ୟୁଥ୍‌ ୬୪ କିଗ୍ରା ଓଜନ ବର୍ଗରେ ଓଡ଼ିଶାର ଟିକି ମୋହିନୀ ମଲିକ ୧୬୬(୭୩+୯୩) କିଗ୍ରା ଓ ରୋମିଲା ପ୍ରଧାନ ୧୪୭ (୬୩+୮୪) କିଗ୍ରା ସହ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଛତିଶଗଡର ଲୁକେଶ୍ୱରୀ ସାହୁ ୧୩୬(୬୪+୭୨) କିଗ୍ରା ସହ ବ୍ରୋଞ୍ଜ ଜିତିଥିଲେ।
୭୧ କିଗ୍ରା ସିନିୟର ବର୍ଗରେ ଆସାମର ଡିଟ୍ଟୋମଣି ସୋନଓ୍ବାଲ ୨୦୮(୯୦+୧୧୮), ମଣିପୁରର କେ.ଏଚ୍‌. ଏଲିଜା ୧୬୨(୬୯+୯୩) ଓ ବିହାରର ଖୁସବୁ କୁମାରୀ ୧୬୧(୬୮+୯୩) କିଗ୍ରା ସହ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ଜିତିଥିଲେ। ୭୧ କିଗ୍ରା ଜୁନିୟର ବର୍ଗରେ ମଣିପୁରର କେ.ଏଚ୍‌. ଏଲିଜା ୧୬୨(୬୯+୯୩) ଓ ବିହାରର ଖୁସବୁ କୁମାରୀ ୧୬୧(୬୮+୯୩) କିଗ୍ରା ଓ ଆସାମର ଦୁନ୍‌ଖାମସେଙ୍ଗ ତୁରୁଙ୍ଗ ୧୫୧(୬୬+୮୫) ସହ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ଜିତିଥିଲେ। ୭୧ କିଗ୍ରା ୟୁଥ୍‌ ବର୍ଗରେ ଆସାମର ନାଚାଙ୍ଗଫା ବୋର୍ଗୋହେନ୍‌ ୧୬୫(୭୧+୯୪), ଆରୁହୀ କୁମାରୀ ୧୪୫ (୬୩+୮୨) ଓ ଆସାମର ତ୍ରିଷ୍ଣା ଗୋଗୋଇ ୧୪୦(୬୫+୭୫) କିଗ୍ରା ସହ ପ୍ରଥମ ୩ ସ୍ଥାନରେ ରହିଥିଲେ। ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ।
୮୧ କିଗ୍ରା ଓଜନ ସିନିୟର ବର୍ଗରେ ଓଡ଼ିଶାର ଶ୍ୱେତାଲିନା ନାୟକ ୧୬୪ କିଗ୍ରା ଭାରୋତ୍ତୋଳନ କରି ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ମଣିପୁରର ସ୍ବପ୍ନା ଦେବୀ ୧୭୫(୭୫+୧୦୦) ଓ ବିହାରର ମୋନିକା ଶର୍ମା ୧୬୬(୭୨+୯୪) କିଗ୍ରା ଓଜନ ଉଠାଇ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ୮୧ କିଗ୍ରା ଓଜନ ସିନିୟର ବର୍ଗରେ ବିହାରର ମୋନିକା ଶର୍ମା ୧୬୬(୭୨+୯୪) , ଆସାମର ଆଇସା ବରୁଆ ୧୩୫(୬୨+୭୩) ଓ ଛତିଶଗଡର ଭୂମି ସିଂ ୧୧୦(୪୮+୬୨) କିଗ୍ରା ଭାରୋତ୍ତୋଳନ କରି ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ହାସଲ କରିଥିଲେ। ୮୧ କିଗ୍ରା ଓଜନ ୟୁଥ୍‌ ବର୍ଗରେ ବିହାରର ମୋନିକା ଶର୍ମା ୧୬୬(୭୨+୯୪), ଆସାମର ଜବିନ ସୁଲତାନା ୧୩୫ (୬୨+୭୩) ଓ ଆସାମର ଭାୟୋଲିନା ଭଗବତୀ ୧୦୬(୪୫+୬୧) କିଗ୍ରା ଓଜନ ସହ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ଫରେଷ୍ଟ ଗାର୍ଡ ଚାକିରୀ କରାଇଦେବା ଆଳରେ ୧.୫୦ ଲକ୍ଷ ଠକେଇ

ଭୁବନେଶ୍ୱର,୧୯ା୯(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଆଇଆଇସିଙ୍କ ପୁଅ କହି ଜଣେ ଅଭିଯୁକ୍ତ ଚାକିରି ଦେବା ନାଁରେ ଜଣେ ଆଶାୟୀଙ୍କଠାରୁ ୧.୫୦ ଲକ୍ଷ ଟଙ୍କା ଠକିନେଇଛନ୍ତି। ଏନେଇ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri