Categories: ଜାତୀୟ

ଚାଇନା ସୈନ୍ୟଙ୍କ କଥା ବୁଝିବା ପାଇଁ, ଭାରତୀୟ ଯବାନ ଶିଖିବେ ମାନ୍ଦାରିନ ଭାଷା…

ନୂଆଦିଲ୍ଲୀ,୮।୧୦: ଯୁଦ୍ଧ ଏବଂ ଶାନ୍ତି ସମୟରେ ଦେଶର ସେବା କରୁଥିବା ଭାରତର ଟେରିଟେରାଲ ଆର୍ମି ଚଳିତ ବର୍ଷ ଏହାର ୭୫ ତମ ଉତ୍ସବ ପାଳନ କରୁଛି। ଏହି ଅବଧି ମଧ୍ୟରେ ଟେରିଟେରାଲ ଆର୍ମିରେ ଚାଇନାର ମାନ୍ଦାରିନ ଭାଷା ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରାଯାଇଛି।

ବାସ୍ତବରେ, ପୂର୍ବ ଲଦାଖରେ ପଡୋଶୀ ଦେଶ ଚାଇନା ସହିତ ଜାରି ରହିଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏହାର ଯବାନମାନଙ୍କୁ ଚାଇନିଜ ଭାଷା ମାନ୍ଦାରିନ ଶିକ୍ଷା ଦେବା ପାଇଁ ପ୍ରସ୍ତୁତି ଚଳାଇଛି। ଏହାର ଉଦ୍ଦେଶ୍ୟ ହେଉଛି ୩୪୦୦ କିଲୋମିଟର ଲମ୍ବା ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି) ରେ ପୋଷ୍ଟ କରାଯାଇଥିବା ଜୁନିଅର ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ମାନ୍ଦାରିନ ଭାଷାରେ ପାରଦର୍ଶୀ କରିବା ଯାହା ଦ୍ୱାରା ଯଦି ଆବଶ୍ୟକ ହୁଏ, ସେମାନେ ଚାଇନା ସୈନିକମାନଙ୍କର ଭାଷା ବୁଝିପାରିବେ ଏବଂ ସେମାନଙ୍କୁ ସେମାନଙ୍କ ଭାଷାରେ ପ୍ରତିକ୍ରିୟା ଦେଇପାରିବେ।

ସୂଚନାନୁସାରେ, ସୀମା ବୈଠକରେ ଭାରତ ଏବଂ ଚାଇନା ପକ୍ଷ ମଧ୍ୟରେ ଅନୁବାଦକ ଭାବରେ ପାଞ୍ଚଜଣ ବିଶେଷଜ୍ଞଙ୍କ ବ୍ୟାଚ ମଧ୍ୟ ଭୂମିକା ଗ୍ରହଣ କରିବେ। ଏହା ବ୍ୟତୀତ ଟେରିଟେରାଲ ଆର୍ମି ସାଇବର ସୁରକ୍ଷା ବିଶେଷଜ୍ଞ ନିଯୁକ୍ତି ଉପରେ ମଧ୍ୟ ଧ୍ୟାନ ଦେଉଛି। ଦୁଇ ପକ୍ଷ ସେନାଙ୍କ ମଧ୍ୟରେ ଭାଷାଗତ ସମସ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଚାଇନା ସୈନ୍ୟ ଭାରତୀୟ ଯବାନଙ୍କ ଭାଷା ବୁଝିବାକୁ ଅସମର୍ଥ। ସେହିପରି ଭାରତୀୟ ଯବାନ ମାନ୍ଦାରିନ ଭାଷା ବୁଝିବା କଷ୍ଟକର।

Share