ରାଜଧାନୀରୁ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୭।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଆଉ ୧୦୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫୨ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୪୯ ଲୋକାଲ କଣ୍ଟାକ୍ଟ କେସ। ସାଲିଆସାହିରୁ ଆଉ ୫ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଟିଆରୁ ୩, ଡୁମୁଡୁମାରୁ ୩ , ବରଗଡରୁ ୨ ଲୋକାଲ, ଓଲ୍ଡଟାଉନରୁ ୨ ଲୋକାଲ କେସ ରହିଛି। ବରମୁଣ୍ଡାରୁ ୨, ୟୁନିଟ-୧ରୁ ୨, ଭୀମପୁରରୁ ୨ ଲୋକାଲ କେସ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share