କରୋନା ଭାଙ୍ଗିଲା ସବୁ ରେକର୍ଡ: ରାଜ୍ୟରେ ଦିନକରେ ୧୦ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ; କେବଳ ଖୋର୍ଦ୍ଧାରୁ…

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ଶନିବାର ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି କରୋନା। ଦିନକରେ ରାଜ୍ୟରେ ୧୦,୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୮୮୭ ଚିହ୍ନଟ ହୋଇଥିବା ବେଳେ ୪୫୨୬ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୫୪ ହଜାର ୬୦୭ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୭୯୬ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୩୯୨, ବାଲେଶ୍ୱରରୁ ୧୨୪, ବରଗଡ଼ରୁ ୫୧୧, ଭଦ୍ରକରୁ ୨୦୧, ବଲାଙ୍ଗୀରରୁ ୧୬୦, ବୌଦ୍ଧରୁ ୮୭, କଟକରୁ ୮୨୮, ଦେବଗଡ଼ରୁ ୧୦୩, ଢେଙ୍କାନାଳରୁ ୪୨, ଗଜପତିରୁ ୧୫୬, ଗଞ୍ଜାମରୁ ୨୩୨, ଜଗତ୍‌ସିଂହପୁରରୁ ୨୪୧, ଯାଜପୁରରୁ ୩୨୨, ଝାରସୁଗୁଡ଼ାରୁ ୪୪୨, କଳାହାଣ୍ଡିରୁ ୩୭୬, କନ୍ଧମାଳରୁ ୫୫, କେନ୍ଦ୍ରାପଡ଼ାରୁ ୭୭, କେନ୍ଦୁଝରରୁ ୧୨୬ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୭୬, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୨୪୭, ନବରଙ୍ଗପୁରରୁ ୩୭୮ , ନୟାଗଡ଼ରୁ ୨୧୮ , ନୂଆପଡ଼ାରୁ ୪୧୮, ପୁରୀରୁ ୫୩୩, ରାୟଗଡ଼ାରୁ ୨୦୦, ସମ୍ବଲପୁରରୁ ୪୨୬ ସୁବର୍ଣ୍ଣପୁରରୁ ୧୦୩ ଓ ସୁନ୍ଦରଗଡ଼ରୁ ୧୧୦୦ଅଛନ୍ତି।

Share