ରାଜ୍ୟରେ ସୁସ୍ଥ ହେଲେ ୧୧୦୧ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୧୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୯୬, କଟକରୁ ୮୯, ମୟୁରଭଞ୍ଜରୁ ୬୮, ବଲାଙ୍ଗୀରରୁ ୬୨, ବରଗଡରୁ ୬୦, ପୁରୀରୁ ୬୦, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ ୫୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୋଳରୁ ୫୪, ଓ କେନ୍ଦ୍ରାପଡାରୁ ୪୭ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Share