ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା: ଦିନକରେ ସୁସ୍ଥ ହେଲେ ୧୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୮(ବ୍ୟୁରୋ)-ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା। ସୋମବାର ଆଉ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୩୪୫ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ୯୭, ଗଜପତିରୁ୮୩, ଯାଜପୁରରୁ ୭୦, କେନ୍ଦୁଝରରୁ ୫୭, କଟକରୁ ୫୦, ବୌଦ୍ଧରୁ୪୦, ନୟାଗଡ଼ରୁ ୩୭, ରାୟଗଡ଼ାରୁ ୩୫, ପୁରୀରୁ ୩୧, ବାଲେଶ୍ୱରରୁ୩୦, ମୟୂରଭଞ୍ଜରୁ୨୯, ଭଦ୍ରକରୁ ୨୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୨୭, ଢେଙ୍କାନାଳରୁ ୨୪, ସୁନ୍ଦରଗଡ଼ରୁ ୨୨, କନ୍ଧମାଳରୁ ୧୭, ବଲାଙ୍ଗିର ଓ ସମ୍ବଲପୁରରୁ ୧୬ ଲେଖାଏ, ମାଲକାନଗିରିରୁ ୧୫ ସୁସ୍ଥ ହୋଇଛନ୍ତି। ଠିକ ସେହିପରି ନବରଙ୍ଗପୁରରୁ ୧୨, କେନ୍ଦ୍ରାପଡ଼ାରୁ ୧୧, ଅନୁଗୋଳ ଓ କୋରାପୁଟରୁ ୫ ଜଣ ଲେଖାଏ, ବରଗଡରୁ ୪, ସୋନପୁରରୁ ୩ ଏବଂ ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୩୦୭୩ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share