ରାଜ୍ୟରେ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ଦୁଇ ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଅପେକ୍ଷା ମଙ୍ଗଳବାର ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମ୍‌ ହୋଇଥିଲେ ମଧ୍ୟ ଚିନ୍ତା ଜନକ ପରିସ୍ଥିତି ରହିଛି। ମଙ୍ଗଳବାର ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୬ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୯ ହଜାର ୭୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୨୦ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୫, ବାଲେଶ୍ୱରରୁ ୨, ବଲାଙ୍ଗୀରରୁ ୩, ବୌଦ୍ଧରୁ ୧, କଟକରୁ ୧୭, ଢେଙ୍କାନାଳରୁ ୧, ଗଜପତିରୁ ୧, ଜଗତ୍‌ସିଂହପୁରରୁ ୫, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୪, କଲାହାଣ୍ଡିରୁ ୭, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୧୪, କୋରାପୁଟରୁ ୧, ମୟୂରଭଞ୍ଜରୁ ୧୧, ନୂଆପଡ଼ାରୁ ୪, ରାୟଗଡ଼ାରୁ ୧ ଓ ସମ୍ବଲପୁରରୁ ୩ ଅଛନ୍ତି।

Share