ଆଜି କଟକରୁ ୧୧୫ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୩।୮-କଟକ ସହରରୁ ଗୁରୁବାର ପୁଣି ୧୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୬୩ ଜଣ, କଣ୍ଟେନମେଣ୍ଟ ଜୋନରୁ ୨୪ ଜଣ ଓ ୨୮ ଲୋକଲ କଣ୍ଟାକ୍ଟ କେସ୍‌ ରହିଛି। ମାଛୁଆ ବଜାରରୁ ୧୧ ଜଣ, ବାଉଁଶ ଗଳିରୁ ୧୦ଜଣ, ବକ୍ସି ବଜାରରୁ ଜଣେ, ମଧୁପାଟଣରୁ ଜଣେ, ଯୋବ୍ରା ତଳ ସାହିରୁ ଜଣେ, ପ୍ରତାପ ନଗରୀରୁ ଜଣେ, ସିଡିଏ ସେକ୍ଟର ୧୦ରୁ ଜଣେ, ଶ୍ରୀ ବିହାର କଲୋନୀରୁ ଜଣେ, ଶକ୍ତିନଗରରୁ ୨ ଜଣ କନିକା ଛକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜାଲୁଆ ସାହିରୁ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣ ପୁରୁଷ ରହିଥିବାବେଳେ ୧୬ ଜଣ ମହିଳା ରହିଛନ୍ତି। ଏ ନେଇ କଟକ ମହାନଗର ନିଗମ(ସିଏମ୍‌ସି)ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share