କଟକରୁ ୧୧୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୬।୮-କଟକ ସହରରୁ ରବିବାର ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଗୃହ ସଙ୍ଗରୋଧରୁ ୬୦ ଜଣ ଏବଂ ୩୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେଶନ ଓ୍ବାର୍ଡରୁ ୭ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି। ଗୃହ ସଙ୍ଗରୋଧରୁ ଚିହ୍ନଟଙ୍କ ମଧ୍ୟରେ ନୂଆ ନିମ ସାହିରୁ ୨୫ ଜଣ, ରାଣୀହାଟରୁ ୫ ଜଣ, ମଙ୍ଗଳବାଗରୁ ୮ ଜଣ, ବାମ୍ଫିସାହିରୁ ୪ ଜଣ, ନେତାଜୀ ନଗରରୁ ଜଣେ, ବକ୍ସିବଜାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରେ ଧୋବାସାହି ସେଲଟର ଛକରୁ ୪ ଜଣ, ଶିଖରପୁରୁ ଜଣେ, ଯୋବ୍ରାରୁ ଜଣେ, ନୂଆସାହିରୁ ଜଣେ, ଚାଉଳିଆଗଞ୍ଜରୁ ୩ ଜଣ, ଦେଉଳସାହିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।