ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୬୪ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୧୨୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୧୧୦, ସୁନ୍ଦରଗଡରୁ ୭୯, ବାଲେଶ୍ୱରରୁ ୭୬, ବଲାଙ୍ଗୀରରୁ ୭୬, କଟକରୁ ୭୪, ମୟୂରଭଞ୍ଜରୁ ୬୫, ନୂଆପଡାରୁ ୬୧, ଜଗତସିଂହପୁରରୁ ୫୯, ବରଗଡରୁ ୫୭, କେନ୍ଦ୍ରାପଡାରୁ ୪୪, ପୁରୀରୁ ୪୩, ଢେଙ୍କାନାଳରୁ ୩୮, ସମ୍ବଲପୁରରୁ ୩୦, ଯାଜପୁରରୁ ୨୮, କଳାହାଣ୍ଡିରୁ ୨୫, ଗଞ୍ଜାମରୁ ୨୨, ଭଦ୍ରକରୁ ୨୦, କୋରାପୁଟରରୁ ୨୦, ନବରଙ୍ଗପୁରରୁ ୧୮, କନ୍ଧମାଳରୁ ୧୩, ଝାଡସୁଗୁଡାରୁ ୧୨, ରାୟଗଡାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଦେଓଗଡରୁ ୯, ନୟାଗଡରୁ ୯, ସୋନପୁରରୁ ୮, ମାଲକାନଗିରରୁ ୬, ଗଜପତିରୁ ୩, ବୌଦ୍ଧରୁ ୨ , ଷ୍ଟେଟପୁଲରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share