CORONAVIRUS UPDATE: ରାଜ୍ୟରେ ୨୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧,୨୬୪ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩ା୭(ବ୍ୟୁରୋ) : ଗୁରୁବାର ରାଜ୍ୟରୁ ପୁଣି ୧୨୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ୨୭ଟି ଜିଲାରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୮୪୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୪୧୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।
ଆକ୍ରାନ୍ତମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫୪୦ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୩୭ ଏବଂ ରାୟଗଡ଼ାରୁ ୮୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୭, ବାଲେଶ୍ୱର ୯, ବରଗଡ଼ ୨୪, ଭଦ୍ରକ ୩୦, ବଲାଙ୍ଗୀର ୧, ବୌଦ୍ଧ ୨, କଟକ ୪୭, ଢେଙ୍କାନାଳ ୬, ଗଜପତି ୭୪, ଜଗତସିଂହପୁର ୪, ଯାଜପୁର ୧୭, ଝାରସୁଗୁଡ଼ା ୩, କଳାହାଣ୍ଡି ୭, କନ୍ଧମାଳ ୨୯, କେନ୍ଦ୍ରାପଡ଼ା ୮, କେନ୍ଦୁଝର ୨୫, କୋରାପୁଟ ୨୭, ମୟୂରଭଞ୍ଜ ୧୫, ନବରଙ୍ଗପୁର ୪, ନୟାଗଡ଼ ୬୧, ନୂଆପଡ଼ା ୧, ପୁରୀ ୨୨, ସମ୍ବଲପୁର ୨୦ ଏବଂ ସୁନ୍ଦରଗଡ଼ରୁ ୬୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯ରେ ପହଞ୍ଚିଥିବା ବେଳେ ୧୩, ୭୪୯ ଜଣ ସୁସ୍ଥ ହୋଇଛନ୍ତି। ୭,୨୦୫ ଜଣ ଚିକିତ୍ସିତ ହେଉଛନ୍ତି।

Share