କଟକ ସହରରୁ ୧୨୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୨।୮-କଟକ ସହରରେ ଶନିବାର ପୁଣି ୧୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏସସିବି ମେଡିକାଲ ଆଇସୋଲେଶନର ଓ୍ବାର୍ଡରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ପୁରୁଷ, ୧୧ ଜଣ ମହିଳା ଓ ୯ ଜଣ କୋଭିଡ ଯୋଦ୍ଧା ରହିଛନ୍ତି। ସେହିପରି ଛତ୍ରବଜାରରୁ ୮, ମାଳିସାହିରୁ ୩, ବିଡାନାଶିରୁ ୩, ମହାନଦୀ ବିହାରରୁ ୨, ବକ୍ସି ବଜାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ଚାଉଳିଆଗଞ୍ଜରୁ ୫, ସିଡିଏ ସେକ୍ଟର ୭ରୁ ୩, ବିଡାନାଶିରୁ ୨, ଯୋବ୍ରାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।